www.samajalive.in
Sunday, December 14, 2025
17.1 C
Bhubaneswar

ଛଅଗାଁରେ ଲଉଡି ଉତ୍ସବ

ଗୁରୁଡିଝାଟିଆ : ନବେଢାର ଛଅଗାଁ ଯାଦବ ସମାଜ ଆନୁକୂଲ୍ୟରେ ଲଉଡି ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ସର୍ବଭାରତୀୟ ଯାଦବ ସଭାର ସଂପାଦକ ଇଂ ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଶ,ସମାଜ ଓ ଗାଁରେ ଭାଇଚାରା, ଐତିହ୍ୟ, ସଂସ୍କୃତି ଓ ସୁନ୍ଦର ଭାବନା ସୃଷ୍ଟି କରିବା ଦିଗରେ ଯାଦବ ସମାଜର ଭୂମିକା ଯେଭଳି ମହତ୍ୱପୂର୍ଣ୍ଣ, ଲଉଡି ଖେଳ ଏହି ସଂପର୍କକୁ ଅଧିକ ମଜବୁତ୍ କରିଥାଏ ବୋଲି କହିଥିଲେ। ସମସ୍ତେ ଭଗବାନ କୃଷ୍ଣଙ୍କ ଚିନ୍ତା ଚେତନା, ଆଦର୍ଶ, ପରୋପକାର, ନ୍ୟାୟ ଧର୍ମରେ ନିଜକୁ ଅନୁପ୍ରାଣିତ କରି ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ କହିଥିଲେ। ରାମକୃଷ୍ଣ ବେହେରା, ଧୃବଚରଣ ବେହେରା, ଭଗବାନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଧାକିଶୋରପୁର, ଜେମାଦେଇପୁର, ଟାଙ୍ଗିର ବିରଳରୁ ଆସିଥିବା ଲଉଡି ଗୋଷ୍ଠୀମାନେ ଖେଳ ପ୍ରଦର୍ଶନ କରିଥିଲେ। ନବେଢା ଯାଦବ ସଂଘର ସଭାପତି ମିହିର କୁମାର ଦାସ, ରାମକୃଷ୍ଣ ବେହେରାଙ୍କ ସହିତ ସମସ୍ତ ଯୁବ ଯାଦବ ଓ ମୁରବୀମାନେ ଉପସ୍ଥିତ ରହିଥିଲେ। ଛଅଗାଁର ଆରାଧ୍ୟ ଦେବତା ସିଂହନାଥଙ୍କ ବିମାନରୁଢ ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories