ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଗ୍ରାମ ପଞ୍ଚାୟତ ପରିସରରେ ଗତ ୨ ଦିନ ଧରି ଚାଲିଥିବା ମାଗଣା ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ଜେଏସଡବ୍ଲ୍ୟୁ  ଓ ରେଙ୍ଗାଲି ପଞ୍ଚାୟତର ମିଳିତ ଆନୁକୁଲ୍ୟରେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ବାରା ଏହି ଶିଵିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ ଯୋଗ ଦେଇଥିବା ବେଳେ ନିର୍ବାହୀ ଅଧିକାରୀ ରାମନାରାୟଣ କଣ୍ଟା, ନାଏବ ସରପଞ୍ଚ ସନ୍ଧ୍ୟାରାଣୀ କିଶାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିବିରରେ ୪ ଶହ ଜଣଙ୍କ ଚକ୍ଷୁ ରୋଗୀଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ଶିବିର ରେ ୩ଶହ ଶହରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା। ଆଗାମୀ ଦିନରେ ଏମାନଙ୍କୁ ମାଗଣା ଚିକିତ୍ସା ସହ ଉପକରଣ ପ୍ରଦାନ କରାଯିବ ବୋଲି ସରପଞ୍ଚ ଶ୍ରୀ ବାଗ କହିଛନ୍ତି ।

Comments are closed.