www.samajalive.in
Monday, December 15, 2025
15.1 C
Bhubaneswar

ଚୌଦ୍ୱାରରେ ବନ୍ଦର ଆଂଶିକ ପ୍ରଭାବ

ଚୌଦ୍ୱାର: କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଭାରତୀୟ କିଶାନ୍ ସଂଘ ଡାକରାରେ ତଥା କଂଗ୍ରେସ୍ ଓ ବାମଦଳ ସମର୍ଥନରେ ଆୟୋଜିତ ଭାରତ ବନ୍ଦର ପ୍ରଭାବ ଚୌଦ୍ୱାରରେ ଆଂଶିକ ପଡିଥିବା ଦେଖିବାକୁ ମିଳିଛି। ସବୁଦିନଭଳି ଚୌଦ୍ୱାର ସହରରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଖୋଲା ରହିଥିବାବେଳେ ବ୍ୟାଙ୍କ ସବୁ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା । କେବଳ ଏହି ଅଞ୍ଚଳରେ ଥିବା ଶିକ୍ଷାକେନ୍ଦ୍ର ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ଗାଡି ଚଳାଚଳ ସ୍ୱଭାବିକ ଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଚୌଦ୍ୱାର ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ୫୫ନଂ ଜାତୀୟ ରାଜପଥ ଗାନ୍ଧୀଛକ ଠାରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ପ୍ରାୟ ୨ଘଣ୍ଟା ଧରି ଅଟକି ରହିଥିଲା। ଦିନ ୧୨ଟା ସମୟରେ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏହାପରେ ଗିରଫ ଆନ୍ଦୋଳନକାରୀ ମାନଙ୍କୁ ଛାଡ଼ି ଦିଆ ଯାଇଥିଲା। ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ପୁଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଫୋର୍ସ ମୁତୟନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories