www.samajalive.in
Saturday, December 6, 2025
16.1 C
Bhubaneswar

ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ

ସୁକମା – ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଛନ୍ତି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି । ଛତିଶଗଡର ପୂଭାର୍ତ୍ତୀ ଗାଁ ଏହି ଘଟଣା ଘଟିଛି ।

୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ ଶଙ୍କରକୁ ମାଓବାଦୀମାନେ ହତ୍ୟା କରିଥିବା ସୁକମା ଏସ୍‌ପି ପ୍ରକାଶ କରିଛନ୍ତି । ଶଙ୍କର ଏବଂ ତାଙ୍କ ବଡ ଭାଇ , ସେମାନଙ୍କର ଭଉଣୀଙ୍କର ମୃତ୍ୟୁ ହେବାରୁ ଗାଁକୁ ଆସିଥିଲେ । ମାଓବାଦୀମାନେ ସେମାନଙ୍କୁ ପୁଲିସ ସୂଚନାଦାତା ସନ୍ଦେହ କରିଥିଲେ । ପ୍ରଥମେ ସପ୍ତାହକ ତଳେ ବଡ ଭାଇକୁ ହତ୍ୟା କରିଥିଲେ ।

- Advertisement -

ମାତ୍ର ତାଙ୍କ ପରିବାର ଲୋକ ଭୟରେ ପୁଲିସକୁ କିଛି କହି ନଥିଲେ । ପରେ ସେମାନେ ତାଙ୍କ ସାନ ଭାଇ ୧୬ ବର୍ଷିୟ ଶଙ୍କରକୁ ହତ୍ୟା କରିଛନ୍ତି । ତିନି ସନ୍ତାନଙ୍କୁ ହରାଇବା ପରେ ସେମାନଙ୍କ ବାପା ମାଆ ଭୟରେ କେଉଁ ଆଡେ ଚାଲିଯାଇଥିବା ପୁଲିସ କହିଛି ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories