www.samajalive.in
Monday, December 15, 2025
26.1 C
Bhubaneswar

ରେଳ ଦୁର୍ଘଟଣା- ଅହମ୍ମଦାବାଦରୁ ମୁମ୍ବଇ ଯାଉଥିବା ଡବଲ ଡେକର ଲାଇନଚ୍ୟୁତ

ନୂଆଦିଲ୍ଲୀ – ଅହମ୍ମଦାବାଦ ମୁମ୍ବଇ ଡବଲ ଡେକର ରେଳଗାଡି ଗୁରୁବାର ସକାଳ ୮ଟା ୫୦ ସମୟରେ ଲାଇନଚ୍ୟୁତ ହୋଇଛି । ଗୋଠନାଗାଁ ଷ୍ଟେସନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କୌଣସି ଜୀବନହାନୀ ହୋଇ ନଥିବାର ସୂଚନା ମିଳିଛି । ଏମ୍‌ଏମ୍‌ଟିସି ୧୨୯୩୨ ରେଳଗାଡି ଅହମ୍ମଦାବାଦରୁ ମୁମ୍ବାଇ ଆସୁଥିଲା । ରେଳ ଗାଡିର କପଲର ଭାଙ୍ଗିଯିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣା ପଡିଛି ।

ଏହି ସମୟରେ ରେଳଗାଡିର ଗତି ଧୀର ଥିବାରୁ କୌଣସି ଅଘଟଣା ଘଟି ନାହିଁ । ରେଳଗାଡିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କାରଣ ବିଷୟରେ ଯାଞ୍ଚ କରିଛନ୍ତି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories