ମାସିକଧର୍ମ ପାଇଁ ଗୋଟିଏ ଦିନ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଏବେ ମାସିକଧର୍ମ ପାଇଁ ରାଜ୍ୟରେ ଗୋଟିଏ ଦିନ ଛୁଟି ମିଳିବ । ମହିଳାମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ । ମାସିକଧର୍ମ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

 

prayash

କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡା ଏହି ଘୋଷଣା କରିଛନ୍ତି ।  ମାସିକ ଧର୍ମର ପ୍ରଥମ କିମ୍ବା ତୃତୀୟ ଦିନ ଏହି ଛୁଟି ନେଇପାରିବେ ।

 

 

Comments are closed.