www.samajalive.in
Monday, December 8, 2025
14.1 C
Bhubaneswar

ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା ; ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଲେ

ଛତ୍ରପୁର : ଦୀର୍ଘଦିନ ପରେ ଛତ୍ରପୁର ବାସୀଙ୍କ ଦାବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଥିଲେ । ଯାହା ଛତ୍ରପୁର ବାସୀଙ୍କ ନିମନ୍ତେ ଉପହାର ଭେଟି ସଦୃଶ୍ୟ ମିଳିଛି । ଫେବୃଆରୀ ୨୪ତାରିଖ ଦିନ୧୯୫୫ ମସିହାରେ ଗଠନ ହୋଇଥିବା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲଟିର ମାନ୍ୟତା ପ୍ରଦାନ କରିଥିଲେ। ଯାହାଫଳରେ ଛତ୍ରପୁର ସହରରେ ଖୁସିର ବାତାବରଣ ଖେଳିଯିବା ସହିତ ବାଣ ଫୁଟାଇ ଓ ମିଷ୍ଠାନ ବାଣ୍ଟି ଛତ୍ରପୁରବାସୀ ଖୁସି ଜାହିର କରିଥିଲେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ଏବଂ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ତତ୍ତ୍ୱବଧାନରେ ବହୁ ସଂଖ୍ୟକ ସହରବାସୀ, ଜନପ୍ରତିନିଧି, ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ମିଶନ ଶକ୍ତିର ମାଆ ମାନେ ନବୀନ ନିବାସରେ ପହଂଚି ସେଠାରେ ୫ ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସବୁବେଳେ ଛତ୍ରପୁର ପ୍ରତି ଏପରି ଆର୍ଶୀବାଦ ଥାଉ ବୋଲି କହିଥିଲେ।
ଏହି ଅବସରରେ ଛତ୍ରପୁର ଏନଏସିର କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠି, ମମତା ପାତ୍ର, ବି. ନିଶ୍ଚଳା ଓ ସୁମନ୍ତ ନାହାକ, ଛତ୍ରପୁର ବିଜେଡି ପର୍ୟ୍ୟବେକ୍ଷକ ନାରାୟଣ ଜେନା, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାଁହୁ ଚରଣ ବେହେରା, ସରକାରୀ ଓକିଲ ସିମାଞ୍ଚଳ ମହାପାତ୍ର, ବିଜୟ କୃଷ୍ଣ ପଟ୍ଟନାୟକ, ସୁରେଶ ପଣ୍ଡା ଓ ଭୈରବୀ କୁମାର ପଟ୍ଟନାୟକଙ୍କ ସମେତ ବହୁ ବୃଦ୍ଧିଜୀବି, ବିଜୁ ଆଇନ ସାମ୍ମୁଖ୍ୟ ବହୁ ସଭ୍ୟ, ମିଶନ ଶକ୍ତିର ମା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଛତ୍ରପୁରକୁ ଅଗଷ୍ଟ ୨୭ ଗସ୍ତ ଆସିଥିଲେ। ସ୍ଥାନୀୟବାସିନ୍ଦା ପକ୍ଷରୁ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓଙ୍କ ସମେତ କାଉନସିଲର ମାନେ ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରିବା ନିମନ୍ତେ ତାଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରିବାର ନିଷ୍ପତ୍ତି ନେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories