ରାଜସ୍ବ ଡିଭିଜନରେ ପରିବର୍ତ୍ତନ

ଭୁବନେଶ୍ୱର : ରାଜସ୍ବ ବିଭାଗ ପକ୍ଷରୁ ସୋମବାର ରାଜସ୍ବ ଡିଭିଜନରେ ସମ୍ୟକ ପରିବର୍ତ୍ତନ କରାଯାଇଛି। ବୌଦ୍ଧ ଓ ନୂଆପଡା ଜିଲାକୁ  ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ସମ୍ବଲପୁର ଅଧୀନକୁ ଅଣାଯାଇଛି। ପୂର୍ବରୁ ଏହା ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅଧୀନରେ ଥିଲା।

prayash

ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ବିଜ୍ଞପ୍ତିନାମା ଅନୁଯାୟୀ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅଧୀନରେ ୧୨ଟି ଜିଲା ରହିଥିବାବେଳେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନରେ ୮ଟି ଜିଲା ରହିଛି । ବିଜ୍ଞପ୍ତି ଅନୁଯାୟୀ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ମୁଖ୍ୟାଳୟ ସମ୍ବଲପୁର ରହିଥିବାବେଳେ ଏହା ଅଧୀନରେ ଅନୁଗୋଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଝାରସୁଗୁଡା, କେନ୍ଦୁଝର, ନୂଆପଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲା ରହିଛି । ସେହିପରି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନର ମୁଖ୍ୟାଳୟ ହୋଇଥିବାବେଳେ ଏହା ଅଧୀନରେ ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ରାୟଗଡା ଜିଲା ରହିଛି।

kalyan agarbati

Comments are closed.