Patra electronics

ଘୁଞ୍ଚିଲା ଚନ୍ଦ୍ରାୟନା-୨ଉତ୍‌କ୍ଷେପଣ ତାରିଖ

0

ମୁମ୍ବାଇ: ଭାରତର ଚନ୍ଦ୍ରକୁ  ଦ୍ୱିତୀୟ ରକେଟ୍‌ ପ୍ରେରଣ, ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ ଚନ୍ଦ୍ରାୟନ ୨ ଉତ୍‌କ୍ଷେପଣ  ହୋଇପାରେ । ଦରକାର ପଡିଲେ ଏଥିପାଇଁ  ଆହୁରି ସମୟ ନିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଏହାର ପରୀକ୍ଷଣ ଶେଷ ହୋଇ ନାହିଁ  , ତରବର ହୋଇ ଏହାର ଉତ୍‌କ୍ଷେପଣ କରାଯିବ ନାହିଁ ବୋଲି ଇସ୍ରୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଚନ୍ଦ୍ରାୟନ -୨ ଏକ ବର୍ଷ ଧରି ଚନ୍ଦ୍ରକୁ ପ୍ରଦକ୍ଷଣ କରିବ । ଏଥିରେ ଥିବା ରୋଭର ୧୪ରୁ ୧୫ ଦିନ ଚନ୍ଦ୍ରରେ ନିଜର ଅଭିଯାନ କରିବ । ଜିଏସ୍‌ଏଲ୍‌ଭି ରକେଟ୍‌ରେ ଏହାକୁ ଉତ୍‌କ୍ଷେଣ  କରାଯିବ । ଏପ୍ରିଲମାସରେ ଏହାକୁ ଉତ୍‌କ୍ଷେପଣ କରାଯିବାର ଥିଲା । ମାତ୍ର ଏହାର କେତକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା କଥା ଇସ୍ରୋ କହିଛି  । ଚନ୍ଦ୍ରାୟନ ଉତ୍‌କ୍ଷେପଣର ୧୦ ବର୍ଷପରେ ଚନ୍ଦ୍ରାୟନ ୨କୁ ପଠାଯିବ । ୨୨ ଅକ୍ଟୋବର ୨୦୦୮ରେ ଚନ୍ଦ୍ରାୟନ-୧କୁ ଉତ୍‌କ୍ଷେପଣ କରାଯାଇଥିଲା ।

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଏକ ରେକର୍ଡ ହେବ । ପ୍ରଥମ ଥିର ପାଇଁ ଏକ ସଫ୍ଟ ଲ୍ୟାଣ୍ଡି ବା ନରମ ଅଞ୍ଚଳରେ  ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଭୂମିରେ ଅବତରଣ କରିବ । ଏହା ସହ ବିଶ୍ୱରେ ପ୍ରଥମ ଥର ପାଇଁ ହାଇପର୍‌ ସ୍ପେକ୍ଟ୍ରାଲ ଇନଫ୍ରା ରେଡ୍‌ ଇମେଜ୍‌ ଉତ୍ତୋଳନ କରିବ ।

Leave A Reply