ମେ ମାସରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଭାରତର ପ୍ରଥମ ମହାକାଶ ଯାନ!
ନୂଆଦିଲ୍ଲୀ . – ମେ ମାସରେ ଚନ୍ଦ୍ର ପୃଷ୍ଟରେ ଭାରତର ପ୍ରଥମ ମହାକାଶ ଯାନ ଅବତରଣ କରିବାର ଅଛି । ଇସ୍ରୋର ଅଧ୍ୟକ୍ଷ କେ ଶିଭାନ ଏହି ସୂଚନା ଦେଇଛନ୍ତି । ଏହି ଅଭିଯାନର ନାମ ଚନ୍ଦ୍ରଯାନ-୨ ରଖାଯାଇଛି । ପୂର୍ବରୁ ଭାରତ ଚନ୍ଦ୍ର ନିକଟକୁ ଚନ୍ଦ୍ରଯାନ-୧ ପଠାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନ ପାଇଁ ପିଏସ୍ଏଲ୍ଭି-ସି୪୬ ଓ ପିଏସ୍ଏଲ୍ଭି-ସି୪୭ ରକେଟ ବ୍ୟବହାର କରାଯିବ ।
ପୂର୍ବରୁ ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ ତାରିଖକୁ ୨ ଥର ଘୁଞ୍ଚା ଯାଇଛି । ଚନ୍ଦ୍ରଯାନ-୨ ପାଇଁ ସମସ୍ତ ପରୀକ୍ଷଣ ଶେଷ ହୋଇଥିବା ସୂଚନା ଦିଆଯାଇଛି । ଚନ୍ଦ୍ରଯାନ-୨ର ମୋଟ ଓଜନ ୩୨୯୦ କିଲୋଗ୍ରାମ । ଏହି ଅଭିଯାନ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଚନ୍ଦ୍ରଯ।ନ -୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।
Comments are closed.