www.samajalive.in
Saturday, December 6, 2025
15.1 C
Bhubaneswar

କେଉଁ ଗ୍ରହ ଚନ୍ଦ୍ରବାବୁ ନାଇଡୁଙ୍କୁ ବନାଇଲା କିଙ୍ଗ୍‌ମେକର୍‌….

ନୂଆଦିଲ୍ଲୀ: ଦେଶରେ ୧୮ତମ ଲୋକସଭା ନିର୍ବାଚନ ସରିଥିବାବେଳେ ଏହାର ଫଳାଫଳ ମଧ୍ୟ ଆସିସାରିଛି। ନିର୍ବାଚନରେ ବିଜେପି ୨୪୦ ଏବଂ କଂଗ୍ରେସ ୯୯ ଆସନ ରେ ଜିତିଛି। ବିଜେପି ନେତୃତ୍ଵାଧିନ ଏନଡିଏ ଗଠବନ୍ଧନକୁ ସଂଖ୍ୟା ଗରିଷ୍ଠତା ୨୪୩ ଆସନ ଅତିକ୍ରମ କରି ୨୯୨ଟି ଆସନ ହାସଲ କରିଛି। ବିରୋଧୀ ଦଳର ଇଣ୍ଡିଆ ଅଲାୟେନ୍ସ ୨୩୪ ଆସନରେ ସୀମିତ ରହିଛି। ତେବେ ଏନଡିଏ ନେତୃତ୍ୱାଧୀନ ବିଜେପି ୨୯୨ ଟି ଆସନ ହାସଲ କରି ସରକାର ଗଠନ କରିବାରେ ସକ୍ଷମ ହୋଇଛି। କିନ୍ତୁ ଏଥିପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ମଧ୍ୟ ଆବଶ୍ୟକ। ସେଥିପାଇଁ ତାଙ୍କୁ କିଙ୍ଗମେକର କୁହାଯାଉଛି। ଆସନ୍ତୁ ଜାଣିବା ଚନ୍ଦ୍ରବାବୁ ନାଇଡୁଙ୍କ ରାଶିରେ କେଉଁ ଗ୍ରହ ଯାହା ତାଙ୍କୁ କିଙ୍ଗମେକର କରୁଛି। ଚନ୍ଦ୍ରବାବୁଙ୍କ ରାଶିରେ ଥିବା ଗ୍ରହ ସମ୍ପର୍କରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ତାଙ୍କର ଜୀବନୀ ଏବଂ କ୍ୟାରିୟର ସମ୍ପର୍କରେ କିଛି କଥା। ଚନ୍ଦ୍ରବାବୁ ନାଇଡୁ ୧୯୫୦ ମସିହା ଏପ୍ରିଲ ୨୦ ତାରିଖରେ ଆନ୍ଧ୍ରପ୍ରଦେଶର ରାୟଲସୀମା ଅଞ୍ଚଳର ଚିତ୍ତୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ନାରା ଚନ୍ଦ୍ରବାବୁ ନାଇଡୁ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମେଷ ଲଗ୍ନରେ ଚନ୍ଦ୍ରବାବୁ ନାଇଡୁଙ୍କ ଜନ୍ମ। ମୁଖ୍ୟତଃ ଏହି ରାଶିର ଲୋକ ସହଜରେ କୌଣସି ଜିନିଷକୁ ଗ୍ରହଣ କରନ୍ତିନାହିଁ। ଯାହା ତାଙ୍କ ରାଜନୈତିକ କ୍ୟାରିୟରରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୁଏ। ଆନ୍ଧ୍ରପ୍ରଦେଶ ବିଭାଜନ ହେବା ପରେ ଚନ୍ଦ୍ରବାବୁ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର ଉତ୍ତମ ନେତୃତ୍ଵ ଯୋଗୁଁ ସେ ସ୍ଥାନୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ବନିଥିଲେ। ୨୮ ବର୍ଷ ବୟସରେ ସେ ବିଧାୟକ ହେବା ସହ ଆନ୍ଧ୍ରପ୍ରଦେଶ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ। ଚଳିତବର୍ଷ ୧୫ତମ ଲୋକସଭା ନିର୍ବାଚନରେ ଚନ୍ଦ୍ରବାବୁ ୧୬ଟି ଆସନ ଜିତି କରି କିଙ୍ଗମେକର ହୋଇଛନ୍ତି। ମେଷ ରାଶିରେ ତାଙ୍କ ଜନ୍ମ ହୋଇଥିବାବେଳେ ଚନ୍ଦ୍ରର ସ୍ଥିତି ଯୋଗୁଁ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥାଏ। ବର୍ତ୍ତମାନ ଚନ୍ଦ୍ରବାବୁଙ୍କ ରାଶିରେ, ତାଙ୍କର ଦଶା ଶନିରେ ଚନ୍ଦ୍ରମା ରହିଛନ୍ତି।  ଯାହା ଅତ୍ୟନ୍ତ ଭଲ।  କିନ୍ତୁ ଏହା ତାଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଚନ୍ଦ୍ରଙ୍କ ସ୍ଥିତି ହେତୁ ଏନଡିଏ ପାଇଁ ତାଙ୍କର ସମର୍ଥନ ରହିଆସିଛି। ଏଭଳି ପରିସ୍ଥିତିରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୯ ତାରିଖରେ ଶପଥ ଗ୍ରହଣ କରିବେ। ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ଏନଡିଏ ମିଳିତ ମଞ୍ଚରେ ସମର୍ଥନ ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories