www.samajalive.in
Saturday, December 13, 2025
14.1 C
Bhubaneswar

ମହାମେଣ୍ଟର ଭବିଷ୍ୟତ ; ମମତାଙ୍କୁ ସାକ୍ଷାତ କଲେ ନାଇଡୁ

ଖଡଗପୁର : ଲୋକସଭା ନିର୍ବାଚନ ଶେଷ ହେବାକୁ ଆଉ ଦୁଇଟି ପ୍ରର୍ଯ୍ୟାୟ ବାକି ଥିବାବେଳେ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଦେଶର ପ୍ରମୁଖ ବିରୋଧୀ ଦଳ ପୁଣି ଏକାଠି ହେବାନେଇ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ବିରୋଧୀ ଦଳ ଗୁଡିକ ପକ୍ଷରୁ ମହାମେଣ୍ଟ ଗଠନ ନେଇ ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଖଡଗପୁରରେ ଏହି ଆଲୋଚନା ହୋଇଥିବା ଜଣାପଡିଛି। ମମତା ବାନାର୍ଜୀ ଏବଂ ନାଇଡୁଙ୍କ ମଧ୍ୟରେ ଏହି ଆଲୋଚନା ପ୍ରାୟ ୧୫ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏହି ଆଲୋଚନା କାଳରେ ମହାମେଣ୍ଟର ଭବିଷ୍ୟତ ଓ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସହ ଟିଡିପି ନେତାଙ୍କ ହୋଇଥିବା ସାକ୍ଷାତକାର ବିଷୟରେ ଚର୍ଚ୍ଚା ହୋଇଥିଲା। ତେବେ ମେ ୨୧ରେ ହେବାକୁ ଥିବା ମହାମେଣ୍ଟର ବୈଠକରେ ମମତା ବାନାର୍ଜୀ ଯୋଗଦେବା ନେଇ ଏବେ ମଧ୍ୟ ସଠିକ ସୂଚନା ମିଳିପାରିନାହିଁ। ଏହି ଆଲୋଚନା ପରେ ନାଇଡୁ ଖଡଗପୁରରେ ତୃଣମୂଳ କଂଗ୍ରେସର ଏକ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories