ଜାଣନ୍ତୁ୨୭ ତାରିଖରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣର ରାଶିଙ୍କ ଉପରେ କ’ଣ ରହିଛି ପ୍ରଭାବ

0

ନୂଆଦିଲ୍ଲୀ : କିଛିଦିନ ପରେ ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ।
୨୦୧୮ର ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ। ଏହା ବ୍ୟତୀତ ଜୁଲାଇ ୨୭ ତାରିଖରେ ଗୁରୁ ପୁର୍ଣ୍ଣିମା ମଧ୍ୟ ରହିଛି। ବର୍ଷର ଏହା ଦିତ୍ୱୀୟ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମକର ରାଶିରେ ଏହାର ପ୍ରଭାବ ପଡିପାରେ ବୋଲି ଜ୍ୟୋତିଷ କହିଛନ୍ତି। କାରଣ ମକରର ସ୍ୱାମୀ ଶନି। ତେଣୁ ଏହି ରାଶିରେ ଉଭୟ ଶନି ଓ ଚନ୍ଦ୍ରର ପ୍ରଭାବ ରହିବ। ତେବେ ଆସନ୍ତୁ ଜାଣିବା ସମସ୍ତ ରାଶିର ଲୋକମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣରେ କ’ଣ ପ୍ରଭାବ ରହିଛି।
ମେଷ – ମେଷ ରାଶିର ଲୋକମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଭଲ ରହିବ। ଜୀବନରେ ଧନ ସମ୍ପତ୍ତି ବୃଦ୍ଧି କରିବାର ସମ୍ଭାବନା ରହିଛି।
ବୃଷ – ବୃଷ ରାଶିର ଲୋକାମାନେ ଏହି ଚନ୍ଦ୍ରଗ୍ରହଣରେ ହନୁମାନ ଚାଳିଶା ପଢିବା ଦରକାର। ଚାକିରି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇପାରେ।
ମିଥୁନ – ମିଥୁନ ରାଶିର ଲୋକମାନେ ଏହି ଚନ୍ଦ୍ରଗ୍ରହଣ ନିଜର ଶରୀର ପ୍ରତି ସଜାଗ ରହିବେ। ନିଜର ରୋଜଗାର ସହ ଅଧିକ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇପାରେ।
କର୍କଟ – କର୍ଳଟ ରାଶିର ଲୋକମାନେ ଏହି ଚନ୍ଦ୍ରଗ୍ରହଣରେ ଖରାପ ସୂଚନା ଶୁଣିପାରନ୍ତି। କାରଣ କର୍କଟର ସ୍ୱାମୀ ଚନ୍ଦ୍ର, ଆଉ ଚନ୍ଦ୍ରକୁ ଗ୍ରହଣ ଲାଗୁଥିବାରୁ ଖରାପ ସୂଚନା ପାଇପାରନ୍ତି।
ସିଂହ – ସିଂହ ରାଶିର ଲୋକମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଭଲରହିବ। ଏଥିସହ ପରିବାରରେ ଝଗଡା ଦେଖାଦେଇପାରେ।
କନ୍ୟା – ସିଂହ ରାଶିର ଲୋକମାନଙ୍କ ପରି କନ୍ୟା ରାଶିର ଲୋକମାନଙ୍କ ପାଇଁ ମଧ୍ୟ ଚନ୍ଦ୍ରଗ୍ରହଣ ବିଶେଷ ଲାଭଦାୟକ ନୁହେଁ। ଏହି ଦିନ ଶିବଙ୍କୁ ପୂଜା କରିବା ଦରକାର।
ତୁଳା – ତୁଳା ରାଶିର ଲୋକମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ବ୍ୟବସାୟ ପାଇଁ ଭଲ ରହିଛି।
ବିଚ୍ଛା – ଏହାର ସ୍ୱାମୀ ମଙ୍ଗଳ ରହିଥିବାରୁ ଏହି ଚନ୍ଦ୍ରଗ୍ରହଣ ଉଭୟ ଫଳ ଦେଇପାରେ। ଆଗାମୀ ଦିନରେ ଭଲ ସମୟ ଆସିପାରେ।
ଧନୁ – ଏହି ରାଶିର ଲୋକାମାନେ ବିଭିନ୍ନ ଚିନ୍ତା ସହ ପରିବାରରେ ଅନେକ ଝଗଡା ଦେଖା ଦେଇପାରେ।
ମକର – ମକର ରାଶିର ଲୋକମାନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ସବୁଠାରୁ ଖରାପ ରହିପାରେ। ମାନସିକ ଚିନ୍ତା ସହ ପରିବାରରେ ଝଗଡା ସୃଷ୍ଟି ହୋଇପାରେ।
କୁମ୍ଭ – ଏହି ରାଶିର ଲୋକମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ନକରାତ୍ମକ ପ୍ରଭାବ ପଡିବ। ଏହାବ୍ୟତୀତ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ।
ମୀନ – ମୀନ ରାଶିର ଲୋକମନଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଭଲ ରହିବ।

Leave A Reply