www.samajalive.in
Saturday, December 6, 2025
14.1 C
Bhubaneswar

ସର୍ବଭାରତୀୟ ଯୁବ ସମ୍ମିଳନୀ ଉଦ୍‍ଘାଟିତ

ଚଣ୍ଡିଖୋଲ : ଉଦୟଗିରି ଜାତୀୟ ଶୋଭନୀୟ ଶିକ୍ଷାଶ୍ରମଠାରେ ବୁଧବାର ସର୍ବଭାରତୀୟ ଯୁବ ସମ୍ମିଳନୀ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନ ଉତ୍ସବରେ ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥିଭାବେ ଓଡ଼ିଶାର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଏହି ମହତ୍‍ ଅନୁଷ୍ଠାନର ସୁସ୍ଥ ସମାଜ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସ୍ୱାଗତ କରିଥିଲେ। ଗାନ୍ଧିଜୀ ଜାତିର ପିତା ଅର୍ଥାତ୍‍ ଆମର ପିତା ଭାବେ ତାଙ୍କୁ ଯଥାର୍ଥ ସମ୍ମାନ ଯୁବ ସମାଜ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମିଳନୀର ସ୍ମରଣିକା “ଯୁବସୂର୍ଯ୍ୟ” ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଦେଶ ଓ ରାଜ୍ୟର କଳାକାରଙ୍କୁ ନେଇ ଅହିଂସା ଓ ଶୋଭନୀୟତା ଉପରେ ଗାନ୍ଧୀଛବି ଅଙ୍କନର ୱାର୍କସପ୍‍ ଅନୁଷ୍ଠିତ ହେବା ସହ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ, ୟୁନିଭରସିଟିର ପ୍ରଫେସର ଦିନେଶ ପ୍ରସାଦ ସ୍ୱାଇଁ, ରେଭେନ୍‍ସା ବିଶ୍ୱବିଦ୍ୟାଳୟ ପ୍ରଫେସର ଦେବୀଲାଲ୍‍ ମିଶ୍ର, ଓଡ଼ିଶା ଲଳିତକଳା ଏକାଡ଼େମୀର ସଚିବ ମାନସ ରଞ୍ଜନ ଜେନା, ନିୟନ୍ତ୍ରିକା ଋକ୍ମିଣୀ ଦେବୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଇନ୍ଦ୍ରମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନିରାକାର ବେଉରା, ମଧୁସୂଦନ ଦାସ, ମିନତି ଦେବୀ, ବରଦା ଗୁରୁମା, କେଦାର ଗୁରୁମା, ମମତା ପ୍ରଧାନ, ପ୍ରେମାନନ୍ଦ, କୃଷ୍ଣ କୁମାର, ରାକେଶ କୁମାର, ଉନ୍ମେଷ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories