www.samajalive.in
Sunday, December 7, 2025
15.1 C
Bhubaneswar

ଆନ୍ତର୍ଜାତିକ ନୃତ୍ୟ ଓ ସଂଗୀତ ଉତ୍ସବ ‘କଟକ ମହୋତ୍ସବ’ ଉଦ୍‍ଘାଟିତ

କଟକ : ତାଇୱାନରୁ ଆସିଥିବା ଆନ୍ତର୍ଜାତିକସ୍ତରର ପ୍ରଖ୍ୟାତ ନୃତ୍ୟାଙ୍ଗନା ହାନ୍ନା ୱେଙ୍ଗ୍‍ ଯେବେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କଲେ, ଦର୍ଶକ ହେଲେ ଚମତ୍କୃତ। ପୁଣି ଆମେରିକାର ଅନିନ୍ଦିତା ନିୟୋଗୀ ଆନାମ ପରିବେଷଣ କଲେ କଥକ, ଯାହା ଉଚ୍ଚକୋଟୀର ଥିଲା। ତେବେ କଲକାତାରୁ ଆସିଥିବା ବର୍ଣ୍ଣାଳି ସୋମ୍‍, ଦିବ୍ୟାଶ୍ରୀ ଓ ଅଙ୍କିତା ବିଶ୍ୱାସଙ୍କ ଭାରତନାଟ୍ୟମ୍‍ ଟ୍ରାୟୋର ଚମତ୍କାର ପ୍ରଦର୍ଶନ ଦର୍ଶକଙ୍କୁ ବିଭୋର କରିଥିଲା। ..କଟକ ସାରଳା ଭବନରେ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ନୃତ୍ୟ ଓ ସଂଗୀତ ଉତ୍ସବ ଦଶମ ‘କଟକ ମହୋତ୍ସବ’ର ଉଦ୍‍ଘାଟନୀ ସଂଧ୍ୟାରେ ଏହି ଖ୍ୟାତିସଂପନ୍ନ ନୃତ୍ୟାଙ୍ଗନାମାନଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ନାଟ୍ୟକାର ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ଦ୍ୱାରା ଆୟୋଜିତ ତଥା ‘ଇଣ୍ଡିଆ ଥିଏଟର ଅଲିମ୍ପିଆଡ’ର ଏହି ମହୋତ୍ସବକୁ ବୁଧବାର ସନ୍ଧ୍ୟାରେ ଉଦ୍‍ଘାଟନ କରିଥିଲେ ମୁଖ୍ୟ ଅତିଥି ପୁଲିସ କମିଶନର ସତ୍ୟଜିତ ମହାନ୍ତି। କଟକକୁ ସେ ସଂସ୍କୃତିର ସହର କହିବା ସାଙ୍ଗକୁ ଏଠି ଏହାର ଅଧିକ ପ୍ରସାର ନିମନ୍ତେ ସାଧନ ଓ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି ଦର୍ଶାଇଥିଲେ। ପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‍ଘାଟନୀ ସଭାରେ ବରିଷ୍ଠ ସଂଗୀତକାର ଅରୂପଲାଲ ଘୋଷ, ଗୋବର୍ଦ୍ଧନ ପୂଜାରୀ, କର୍ପୋରେଟର ରଞ୍ଜନ ବିଶ୍ୱାଳ ଓ ଥାଇଲାଣ୍ଡର ନୃତ୍ୟଶିଳ୍ପୀ ରିଟ୍ଟାପଚାରାପଣ୍ଣ ଥଙ୍ଗଟାନର୍ମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ସେକ୍‍ କଲିମୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସନ୍ଧ୍ୟାରେ କାର୍ଯ୍ୟକ୍ରମ ନିର୍ଦେଶିକା ଅନୁରୂପା ରଥ ଓ ମହୋତ୍ସବନିର୍ଦେଶକ ଶିଳାଦିତ୍ୟ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସମ୍ବିତ ଦାଶ, ଅଭୀପ୍‍ସା ଦାଶ, ସୁଦେଷ୍ଣା ସେନ୍‍ଗୁପ୍ତା, ବିଶ୍ୱମ୍ବର ସାହୁ ଓ ବିଧାନ ଚନ୍ଦ୍ର ସାହୁଙ୍କ ପରିଚାଳନାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶ୍ରୀଲଙ୍କାର କଲମ୍ବୋରୁ ଆସିଥିବା କେ.ଏ.ନିପୁଣି କୌଶଲ୍ୟାଙ୍କ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ପ୍ରଦର୍ଶନ ଦର୍ଶକଙ୍କୁ ମୁଗ୍‍ଧ କରିଥିଲା। ସେ ଗାଇଥିଲେ ‘କୈସେ ଧୀର ଧରୋନାଥ..’। ସେହିପରି ଶ୍ରୀଲଙ୍କାରୁ ଆସିଥିବା ଅନ୍ୟତମ ଶିଳ୍ପୀ ଇସୁରୁ ଡି.କୋଣ୍ଡାସିଙ୍ଗେ ଚମତ୍କାର ଭାଓଲିନ୍‍ ବଜାଇଥିଲେ। ଗୌହାଟୀର ସ୍ୱପ୍ନାଳି ଗୋସ୍ୱାମୀ ଓ କାମରୂପର ଡ.ପଙ୍କଜ ନାମସୁଦ୍ର ପ୍ରଦର୍ଶନ କରିଥିଲେ ଏକକ ଶାତ୍ରୀୟା ନୃତ୍ୟ। ପ୍ରମିଳା ମୁଖାର୍ଜୀ ନାଚିଥିଲେ ରବୀନ୍ଦ୍ର ନୃତ୍ୟ। ଏହି ମହୋତ୍ସବର ନୃତ୍ୟ ବିଚାରକ ଅଛନ୍ତି ଶରତ ଚନ୍ଦ୍ର ବେହେରା, ବିନୋଦ କୁମାର ମହାପାତ୍ର, ବିଶ୍ୱମ୍ବର ସାହୁ, ସରୋଜ ନାୟକ, ଶଶିଶେଖର ମିଶ୍ର ଓ ମମତା ନନ୍ଦ। ଏହି ସଂଧ୍ୟାର ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories