www.samajalive.in
Friday, December 5, 2025
26.1 C
Bhubaneswar

୨୪ ଜଣିଆ ବୌଦ୍ଧ ଭିକ୍ଷୁଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ : ବୁଧବାର ଅପରାହ୍ଣରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଥାଇଲାଣ୍ଡରୁ ଗୁରୁ ବନ୍ଦେ ମହା ଅନୁସାଙ୍କ ନେତୃତ୍ୱରେ ୨୪ ଜଣିଆ ବୌଦ୍ଧ ଧର୍ମାବଲମ୍ବୀ ପରିଦର୍ଶନରେ ଆସିଥିଲେ। ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହେବା ସହିତ ମନ୍ଦିର ପରିସରରେ ଥିବା ବୌଦ୍ଧ ମୂର୍ତ୍ତିକୁ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ। ପରେ ସେମାନେ ମନ୍ଦିରର ସରକାରୀ ଗାଇଡ଼୍ ଆଭାସ ମହାନ୍ତିଙ୍କଠାରୁ ମନ୍ଦିର ସମ୍ପର୍କରେ ସମସ୍ତ ତଥ୍ୟ ବୁଝିଥିଲେ। ଏହାପରେ ମନ୍ଦିର ପରିସର ମଧ୍ୟରେ ମନ୍ତ୍ର ଉଚ୍ଚାରଣ କରି ପ୍ରାର୍ଥନା କରିଥିଲେ। ବୌଦ୍ଧ ଧର୍ମାବଲମ୍ବୀମାନେ ଆଇଓସିଏଲର ସୌନ୍ଦର୍ଯ୍ୟକରଣ ବୁଲି ଦେଖିଥିଲେ। ତାଙ୍କ ପରିଦର୍ଶନକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories