www.samajalive.in
Sunday, December 14, 2025
19.1 C
Bhubaneswar

ବସ୍ତିବାସିନ୍ଦାଙ୍କୁ ରାସନ୍ ପ୍ରଦାନ କଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର : ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କର ଫାଉଣ୍ଡେସନ୍’ର ଅଧ୍ୟକ୍ଷ ତଥା ଓଡ଼ିଆ ଅଭିନେତା ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବସ୍ତିବାସିନ୍ଦା, ଦିନମଜୁରିଆ, ମାନସିକ ଅନଗ୍ରସର ପିଲା, ସଫେଇ କର୍ମଚାରୀଙ୍କୁ ରାସନ୍ ପ୍ରଦାନ କରାଯାଉଛି। ସରକାରଙ୍କ ଦ୍ୱାରା ଜନଗହଳି କରିବାକୁ ବାରଣ କରାଯାଇଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱରସ୍ଥିତ ୟୁନିଟ୍-୨, ମାର୍କେଟ୍ ବିଲଡିଂ ନିକଟସ୍ଥ ପଟେଲ ବସ୍ତିରେ ୪୦ରୁ ଊର୍ଦ୍ଧ୍ବ ବସ୍ତିବାସିନ୍ଦାଙ୍କୁ ବସ୍ତିଠାରୁ ଅନତି ଦୂରରେ ଏକ ଜାଗାରେ ସାମାଜିକ ଦୂରତା ଅବଲମ୍ବନ କରି ଅତ୍ୟାବଶ୍ୟକୀୟ ରାସନ୍ ବଣ୍ଟନ କରାଯାଇଛି। ଏଥିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଅଟା, ଡାଲି, ଚାଉଳ, ତେଲ, ଲୁଣ, ମସଲା, ସାବୁନ ପ୍ରଭୃତି ବଣ୍ଟନ କରିଥିଲେ। ଭୁବନେଶ୍ୱର ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ଓ ଜୟଦେବବିହାରସ୍ଥିତ ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟରେ ମଧ୍ୟ ରାସନ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ମିର ଅହମ୍ମଦ ଅଲ୍ଲୀ, ଶାନ୍ତି ସ୍ୱରୂପ, ଶେଖର ମହାନ୍ତି, ଲୋକରଞ୍ଜନ ବେହେରା, ପ୍ରଦୀପ କୁମାର, ଗୋବିନ୍ଦଚନ୍ଦ୍ର ପରିଡ଼ା, ହାସ୍ୟ ଅଭିନେତା ଜ୍ଞାନ, ନୀରଜ ପ୍ରମୁଖ ସହଯୋଗ କରିଥିଲେ।
ସମାଜସେବା ପାଇଁ ବହୁ ପୂର୍ବରୁ ଜନମାନସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଚନ୍ଦନ କର ଏହି ପଟେଲ ବସ୍ତିରେ ପିଲାମାନଙ୍କର ଶିକ୍ଷା ପାଇଁ ଶିକ୍ଷା ଉପକରଣ ବଣ୍ଟନ କରିବା ସହ ମଝିରେ ମଝିରେ ସେଠାକୁ ଆସି ବସ୍ତିବାସିନ୍ଦାଙ୍କ ସହ ଭାବର ଆଦାନପ୍ରଦାନ କରନ୍ତି। ନନ୍ଦନକାନନରେ କିଛି ପଶୁଙ୍କୁ ପୋଷ୍ୟରୂପେ ଗ୍ରହଣ କରିବା, ବସ୍ତି ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଯତ୍ନ ନେବା ଓ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories