www.samajalive.in
Monday, December 15, 2025
26.1 C
Bhubaneswar

ବଲାଙ୍ଗିରରେ ୭ଶହ ଅତିକ୍ରମ କଲା କରୋନା, ଚିନ୍ତା ବଢାଉଛି ସହରୀ ସଂକ୍ରମଣ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ଅତିକ୍ରମ କରିଛି। ମଙ୍ଗଳବାର ଜିଲାରେ ୨୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ତିନି ଦିନ ଭିତରେ ନୁଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଛୁଇଁଛି। ଅନ୍ୟପକ୍ଷରେ ଗାଁ ସଂକ୍ରମଣ ଅପେକ୍ଷା ଜିଲାରେ ସହରୀ ସଂକ୍ରମଣ ପ୍ରଶାସନକୁ ଚିନ୍ତାରେ ପକାଇଛି। ମଙ୍ଗଳବାର ଚାରିଦିନିଆ ସଟଡାଉନର ଶେଷ ଦିନ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଏବେ ବଡ ସମସ୍ୟା ପାଲଟିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ୨୭ ଜଣ ରୋଗୀଙ୍କ ମଧ୍ୟରେ ୨୫ ଜଣ ବଲାଙ୍ଗିର ସହରର ବିଭିନ୍ନ ବସ୍ତିର ହୋଇଥିବା ଜଣାପଡିଛି।

ମଙ୍ଗଳବାର ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୩ରେ ପହଞ୍ଚିଛି। ମାତ୍ର ତିନି ଦିନ ଭିତରେ ଛଅ ଶହରୁ ସାତ ଶହକୁ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରାୟ ୬୦ ପ୍ରତିଶତ ଆକ୍ରାନ୍ତ ବଲାଙ୍ଗିର ସହରର ବୋଲି ଜଣାପଡିଛି। ମଙ୍ଗଳବାର ଜିଲା ପ୍ରଶାସନ ଦେଇଥିବା ଆକ୍ରାନ୍ତଙ୍କ ତଥ୍ୟ ଅନୁସାରେ ବଲାଙ୍ଗିର ସହରର ତାଲପାଲିପଡାରୁ ୭ଜଣ, ବେହେରାପାଲିରୁ ୫ଜଣ, ସୁଦପଡାରୁ ୪ ଜଣ, ସିଭିଲକୋର୍ଟରୁ ୨ଜଣ, ଖଦାଲପଡାରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଚିମନୀଭାଟିପଡା, ବରପାଲିପଡା,ଶାନ୍ତପଡା, ଜେଲ କଲୋନୀ, ଆର. ଡି କଲୋନୀରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗୁଡଭେଲା ବ୍ଲକ କୁରେଭନା ଓ ପୁଇଁନ୍ତଲା ବ୍ଲକ ପାଙ୍କେଲବାହାଲ ଗାଁରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ସହରୀ ସଂକ୍ରମଣ। ଦିନକୁ ଦିନ ବଲାଙ୍ଗିର ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଲିଛି। ଅନ୍ୟ ଗାଁ ଅପେକ୍ଷା ବଲାଙ୍ଗିର ସହର କରୋନା ହଟସ୍ପଟ ପାଲଟିଥିବା ବେଳେ ସହରର କିଛି ବସ୍ତିରେ କରୋନା ଚେର ମଜବୁତ ରହିଛି। ପ୍ରଥମେ ହାତୀଶାଲପଡା, ପରେ ବେହେରାପାଲି, ରୁଗୁଡିପଡା, ଶାନ୍ତିପଡା, ଠିକାଦାରପଡା ଓ ତାଲପାଲିପଡାରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଲିଛି। ଏହି ଅଞ୍ଚଳ ଗୁଡିକ ଜନଗହଳିପୂର୍ଣ୍ଣ ତଥା ସହରର ମୁଖ୍ୟ ଅଞ୍ଚଳରେ ରହିଥିବାରୁ ସଂକ୍ରମଣ ଆଶଙ୍କା ବେଶି ରହୁଛି।

- Advertisement -

ଅନ୍ୟପକ୍ଷରେ ମଙ୍ଗଳବାର ଜିଲାପାଳ ଦେଇଥିବା ଚାରିଦିନିଆ ସଟଡାଉନର ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ବି ଜିଲାର ସମସ୍ତ ଅଞ୍ଚଳ ସଟଡାଉନ ରହିଥିଲା। କିନ୍ତୁ ଏହି ସଟଡାଉନର ପ୍ରଭାବ ଆକ୍ରାନ୍ତଙ୍କ ତାଳିକାରେ ପ୍ରତିଫଳନ ହୋଇପାରିନଥିବା ସାଧାରଣ ଲୋକେ ପ୍ରକାଶ କରିଛନ୍ତି। ଏହି ଚାରି ଦିନ ଭିତରେ ଜିଲାରୁ ଶହେରୁ ଉର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣ ରୋକିବା ପାଇଁ ଜିଲାପ୍ରଶାସନର ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories