mission shakti banner

ଇଡିରେ ହାଜର ହେଲେ ଚନ୍ଦା କୋଚର ଓ ଦୀପକ କୋଚର

BSKY banner  750×100
0

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତ୍ତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଶନିବାର ହାଜର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତକାରୀ ଅଧିକାରୀ ଉଭୟଙ୍କ ବୟାନ ରେକର୍ଡ କରିଛନ୍ତି। ଏହି ଅର୍ଥ ହେରଫେର ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଚରଙ୍କ ସମେତ ଭିଡିଓକନ ଗୃପର ବେଣୁଗୋପାଳ ଧୂତଙ୍କ ମୁମ୍ବାଇ ଏବଂ ଔରଙ୍ଗାବାଦ ବାସଗୃହରେ ଚଢ଼ାଉ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧ହଜାର ୮୭୫କୋଟି ଟଙ୍କା ଅର୍ଥ ହେରଫେର ଘଟଣାରେ ଚନ୍ଦା କୋଚର, ଦୀପକ କୋଚର, ବେଣୁଗୋପାଳ ଧୂତ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି।

Leave A Reply