www.samajalive.in
Monday, December 15, 2025
15.1 C
Bhubaneswar

ଚାଇନା ଓପନ୍‌ : ହାରିଲେ ସାଇନା, ପ୍ରିକ୍ବାର୍ଟରରେ ସିନ୍ଧୁ

ଚାଙ୍ଗଗାଉଝ(ଚୀନ୍‌) : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‌ ବ୍ୟାଡ଼ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ଭାରତୀୟ ମହିଳା ଖେଳାଳି ସାଇନା ନେହୱାଲ୍‌। ପ୍ରଥମ ରାଉଣ୍ଡରେ ୮ମ ସିଡ୍‌ ସାଇନା ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗବାମରୁଙ୍ଗପାନ୍‌ଙ୍କଠାରୁ ସିଧାସଳଖ ୧୦-୨୧, ୧୭-୨୧ ଗେମରେ ପରାସ୍ତ ହୋଇଥିଲେ। ୪୪ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ସାଇନା ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସୂଚନାଥାଉକି ସାଇନା ୨୦୧୪ରେ ଚାଇନା ଓପନ୍ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୫ରେ ରନର୍ସଅପ୍‌ ହୋଇଥିଲେ।
ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍‌ସର ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି ତାରକା ଭାରତୀୟ ଖେଳାଳି ପିଭି ସିନ୍ଧୁ। ସିନ୍ଧୁ ପୂର୍ବତନ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜୟିନୀ ଲି ଜୁରେଇଙ୍କୁ ସିଧାସଳଖ ୨୧-୧୮, ୨୧-୧୨ ଗେମ୍‌ରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ଏହି ମ୍ୟାଚ୍‌ ମାତ୍ର ୩୪ ମିନିଟ୍ ଧରି ଚାଲିଥିଲା। ଉଭୟ ଗେମ୍‌ରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ସେହିପରି ପୁରୁଷ ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡରେ ଭାରତର ବି ସାଇ ପ୍ରଣୀତ ଥାଇଲାଣ୍ଡର ସୁପନ୍ୟା ଅଭିନିଙ୍ଗସାନ୍‌ନ୍‌ଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨୧-୧୯, ୨୧-୨୩ ଓ ୨୧-୧୪ ଗେମ୍‌ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ପ୍ରଣୀତ ପ୍ରଥମ ଗେମ୍ ଜିତିଥିବା ବେଳେ ଦ୍ବିତୀୟ ଗେମ୍‌ରେ ସୁପନ୍ୟା ବିଜୟୀ ହୋଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ପ୍ରଣୀତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ଦ୍ବିତୀୟ ରାଉଣ୍ଡରେ ପ୍ରଣୀତଙ୍କ ମୁକାବିଲା ଚୀନ୍‌ର ଲୁ ଗୁଆଙ୍ଗ୍‌ ଜୁଙ୍କ ସହ ହେବ।
ସେହିପରି ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପାରୁପଲ୍ଲୀ କଶ୍ୟପ ଫ୍ରାନ୍‌ସର ବ୍ରେସ୍‌ ଲେଭେରଡେଜ୍‌ଙ୍କୁ ସିଧାସଳଖ ୨୧-୧୨, ୨୧-୧୫ ଗେମ୍‌ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଦ୍ବିତୀୟ ରାଉଣ୍ଡରେ କଶ୍ୟପଙ୍କ ମୁକାବିଲା ୭ମ ସିଡ୍‌ ଇଣ୍ଡୋନେସିଆର ସିନିସୁକା ଗିଟିଙ୍ଗ ସହ ହେବ। ମିକ୍ସଡ୍‌ ଡବଲ୍‌ସ ବିଭାଗର ପ୍ରଥମ ରାଉଣ୍ଡରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌. ସିକ୍କି ରେଡ୍‌ଡ଼ି ଜର୍ମାନୀର ମାର୍କ ଲାସୁମଫୁସ୍‌ ଓ ଇସାବେଲ୍‌ ହର୍ଟିଚଙ୍କୁ ଠାରୁ ୧୨-୨୧, ୨୧-୨୩ ଗେମ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ମହିଳା ଡବଲ୍ସ ବଭାଗରେ ଅଶ୍ବିନୀ ପୋନ୍ନପା ଓ ଏନ୍‌ ସିକ୍କି ରେଡ୍‌ଡି ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଅଧାରୁ ପ୍ରତିପକ୍ଷ ଖେଳାଳି ଚାଇନିଜ ତାଇପେର ଚେଙ୍ଗ ଚା ୟା ଓ ଲି ଚିହ୍‌ ଚେନ୍‌ ଓହରି ଯିବାରୁ ଅଶ୍ବିନୀ ଓ ସିକ୍କି ରେଡ୍‌ଡିଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ପୁରୁଷ ଡବଲ୍‌ସ ବିଭାଗର ପ୍ରଥମ ରାଉଣ୍ଡରେ ମାନୁ ଅତ୍ରି ଓ ବି ସୁମିତ ରେଡ୍ଡ଼ି ଇଣ୍ଡୋନେସିଆର ମହମ୍ମଦ ଆହସାନ୍‌ ଓ ହେନ୍ଦ୍ରା ସେଟିୱାନ୍‌ଙ୍କ ଠାରୁ ୧୫-୨୧, ୧୫-୨୧ ଗେମ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories