www.samajalive.in
Monday, December 15, 2025
15.1 C
Bhubaneswar

ସ୍ୱୟଂ ସହାୟକ ଗୋଷ୍ଠୀ ଦକ୍ଷତାବୃଦ୍ଧି ତାଲିମ ଶିବିର

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଓ କଟକ ୟୁକୋ ଆରଏସଟି (ଗ୍ରାମୀଣ ଆତ୍ମ ପ୍ରଶିକ୍ଷଣ ସଂସ୍ଥା)ତରଫରୁ ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକର ଦକ୍ଷତାବୃଦ୍ଧି ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ବାଣୀପଦା ପଞ୍ଚାୟତସ୍ଥିତ କଲ୍ୟାଣ ମଣ୍ଡପରେ ୧୩ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ୍ କାର୍ଯ୍ୟକ୍ରମକୁ ଇମ୍ଫାର ଡିଜିଏମ୍ ଧୃବ ଚରଣ ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ୟୁକୋ ଆରଏସ୍ଟିର ଫାକଲ୍ଟି ମେମ୍ବର ଅମିତ୍ ମହାନ୍ତି, ବିଧାୟକ ପ୍ରତିନିଧି ତୀର୍ଥାନନ୍ଦ ସୁବୁଦ୍ଧିରାୟ, ବରିଷ୍ଠ ନାଗରିକ ଲକ୍ଷ୍ମଣ ରାଉତ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଇ ଗୋଷ୍ଠିଗତ ଭାବେ ସେମାନଙ୍କୁ ରୋଜଗାରକ୍ଷମ କରାଯିବା ଏହି କାର୍ଯ୍ୟକ୍ରମର ଲକ୍ଷ ବୋଲି ସୂଚନା ଦେଇଥିଲେ।

ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠାର ୫୦ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିବାବେଳେ ସେମାନଙ୍କୁ ସପ୍ଟ ଟଏ ପ୍ରସ୍ତୁତି ଓ ବିକ୍ରି ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ ବୋଲି ଫ୍ୟାକଲ୍ଟି ମେମ୍ବର ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଫାଉଣ୍ଡେସନ୍ ଅଧିକାରୀ ଆଶୀଷ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟୁକୋ ଆରଏସ୍ଟି ତରଫରୁ ଶିବିରାର୍ଥିନୀ ମାନଙ୍କୁ ପୋଷାକ ଓ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଅଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷରେ ବିଆଇପିଏଫ ତରଫରୁ ପୂର୍ବରୁ ଛତୁଚାଷ, ଫଳ ଓ ପରିବା ସଂରକ୍ଷଣ ଓ ପ୍ରକ୍ରିୟାକରିଣ, ଫିନାଇଲ ପ୍ରସ୍ତୁତି, ଅଗରବତୀ ତିଆରି ଆଦି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଡିଜିଏମ୍ ଶ୍ରୀ ରାଉତ ପ୍ରକାଶ କରିଥିଲେ। ଫାଉଣ୍ଡେସନର ରାକେଶ ମିଶ୍ର, ଚନ୍ଦ୍ରଶେଖର ମହାପାତ୍ର, ଶୁଭଶ୍ରୀ ନାୟକ, ପିଙ୍କି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories