www.samajalive.in
Monday, December 15, 2025
16.1 C
Bhubaneswar

ଚୌଦ୍ୱାର କଲେଜ ସମସ୍ୟା ଅନୁଧ୍ୟାନ କଲେ ବିଧାୟକ

ଚୌଦ୍ୱାର : ଚୌଦ୍ୱାର କଲେଜରେ ପାନୀୟ ଜଳ, କ୍ଲାସରୁମ୍, ଲାବୋରେଟୋରୀ, ଶୌଚାଳୟ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଭାବ ଆଦି ସମସ୍ୟା ଭିତରେ ଗତି କରୁଛି । ଏନେଇ କଲେଜ କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନଙ୍କ ତରଫରୁ ସ୍ଥାନୀୟ ବିଧାୟକ ଓ ପ୍ରଶାସନକୁ ଅବଗତ କରାଯାଇଥିଲା। ଶୁକ୍ରବାର ଏନେଇ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ କଲେଜକୁ ଯାଇ ସମସ୍ୟାଗୁଡ଼ିକ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଦେବତା, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ। କଲେଜର ଏବର ସ୍ଥିତି ଅନୁଧ୍ୟାନ କରି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ଡାକି କଲେଜ ପରିସରରେ ପାନୀୟ ଜଳ ଯୋଗାଣ ସମସ୍ୟା ଓ କ୍ଲାସ୍ ରୁମ୍ ସମସ୍ୟା ତୁରନ୍ତ ଦୂର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କଲେଜ ପରିସରକୁ ସଫେଇ କରିବା ଓ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କଳେଜର ମୁଖଶାଳାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାପାଇଁ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କୁ ବିଧାୟକ ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଥିଲେ ।ଏହି ପରିଦର୍ଶନ ସମୟରେ ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଓ ବିଭିନ୍ନ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories