www.samajalive.in
Sunday, December 14, 2025
23.1 C
Bhubaneswar

ଅସହାୟ ବୃଦ୍ଧ ଦମ୍ପତ୍ତି ଉଦ୍ଧାର, ଛତିଆ ସେବକ ଆଶ୍ରମରେ ଥଇଥାନ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମରୁ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତିଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲ’ ସଂଗଠନ ତରଫରୁ ଉଦ୍ଧାର କରାଯାଇଛି ଓ ସେମାନଙ୍କୁ ଛତିଆସ୍ଥିତ ସେବକ ଆଶ୍ରମରେ ଥଇଥାନ କରାଯାଇଛି।
ପ୍ରକାଶ ଯେ କୁମର ବେହେରା(୭୭) ଓ ତାଙ୍କ ପତ୍ନୀ ମାତା(୬୭) ନିଃସନ୍ତାନ ହୋଇଥିବାରୁ ବୃଦ୍ଧାବସ୍ଥାରେ ଦୟନୀୟ ଜୀବନ ଯାପନ କରୁଥିଲେ। ସେମାନଙ୍କ ଅବସ୍ଥାକୁ ଦେଖି ସାହି ପଡ଼ିଶା ଲୋକେ କିଛିଦିନ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ। ଏବେ ଉଭୟ ପତିପତ୍ନୀ ରୋଗାକ୍ରାନ୍ତ ହେବା ସହିତ ସେମାନଙ୍କର ଚାଲବୁଲ କରିବା ବନ୍ଦ ହୋଇ ଯାଇଥିଲା। ସେମାନେ ଅସହାୟ ଅବସ୍ଥାରେ ବିଛଣାରେ ପଡ଼ି ରହିଥିବା ଖବର ପାଇ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ନାୟକ ଲ’ ସଂଗଠନକୁ ଖବର ଦେଇଥିଲେ। ସଂଗଠନ ସଭାପତି ସୁଶାନ୍ତ ନାୟକ, ମାନସ ସାହୁ, ରଞ୍ଜନ ବେହେରା, ବିଶ୍ୱଜିତ ସାହୁ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ସରପଞ୍ଚଙ୍କ ଉପସ୍ଥିତିରେ ବୃଦ୍ଧ ଦମ୍ପତ୍ତିକୁ ଉଦ୍ଧାର କରି ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଛତିଆ ଆଶ୍ରମକୁ ନେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories