www.samajalive.in
Saturday, December 13, 2025
27.1 C
Bhubaneswar

କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଠିକାଦାରଙ୍କୁ ବିଧାୟକଙ୍କ ତାଗିଦ

ଚୌଦ୍ୱାର:ଠଇକାଦାର ସଂସ୍ଥାର ମନମୁଖି କାର୍ଯ୍ୟପାଇଁ ୫୫ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଠାରୁ କଜଳଖଣା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଜରୁରୀ କାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ସମ୍ପନ୍ନ କରିବାକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଶଉକ୍ରବାର ଦିନ ଠିକାସଂସ୍ଥାର ପ୍ରତିନିଧିଙ୍କୁ ତାଗିଦା କରିଛନ୍ତି ।ସୂଚନାଯୋଗ୍ୟଯେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟପାଇଁ ବିଗତ ୩ବର୍ଷ ହଲା ରାସ୍ତାକାର୍ଯ୍ୟ ମନ୍ଥର ଗତିରେ ଚାଲିବା ଫଳରେ ରାଜପଥର ମଙ୍ଗୁଳି ଠାରୁ କଜଳଖଣା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ସମଗ୍ର ରାସ୍ତାଟି ଖାଲଖମାରେ ଭରିଯାଇ ଅସରାଏ ବର୍ଷା ହେଲେ ବର୍ଷାଜଳ ଏହି ଖାଲରେ ଜମିରହି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଫଳରେ ଦୁର୍ଘଟଣା ମାନ ଘଟିବା ସହ ସାଧାରଣରେ ଯାତାୟତ ବାଧାର୍ପାପ୍ତ ହେବା ସହିତ ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକେ ନାହଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗତ ସପ୍ତାହରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଠିକାସଂସ୍ଥାର ଢେଙ୍କାନାଳ ସ୍ଥିତ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ରାସ୍ତା ଅବସ୍ଥା ବିଷୟରେ ଅବଗତ କରାଇବା ସହିତ ରାସ୍ତା ଅବସ୍ଥା ସୁଧାରିବା ପାଇଁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷିରେ ବିଧାୟକ ଶ୍ରୀ ବିଶ୍ୱାଳ ଠିକାସଂସ୍ଥାର କର୍ମଚାରୀ,ପୌରଯନ୍ତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ରାସ୍ତାର ଦୁଇପାଶ୍ୱର୍ରେ ଥିବା ସର୍ଭିର୍ସ ରୋଡ କାର୍ଯ୍ୟ ସଂପୁର୍ଣ୍ଣ କରିବା, ରାଜପଥର ସଂଯୋଗ କରୁଥିବା ରାସ୍ତା ଗୁଡିକର ମରାମତି କରିବା ଓ ବର୍ଷାଜଳ ନିଷ୍କାସନ ପାଇଁ ରାଜପଥର ଦୁଇ ପାଶ୍ୱର୍ରେ ଡ୍ରେନ ନିର୍ମାଣ ସହିତ ଆବଶ୍ୟକ ସ୍ଥଳେ ଛୋଟଛୋଟ କଲଭର୍ଟ ନର୍ମାଣ କରି ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା ତୁରନ୍ତ କରିବାକୁ ଠିକା ସଂସ୍ଥାକୁ ତାଗିଦ୍ କରିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories