www.samajalive.in
Sunday, December 14, 2025
23.1 C
Bhubaneswar

ସିଙ୍ଗାରି ଘାଟିରେ ଗଛ ପଡି ରାସ୍ତା ଅବରୋଧ, ଯାତାୟତ ପ୍ରଭାବିତ

କଲମପୁର: ଲାଗି ରହିଛି ଲଗାଣ ବର୍ଷା। ଯାହାରି ଫଳରେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରି ଘାଟି ରାସ୍ତାରେ କେତେବେଳେ ମାଟି ଅତଡା ଖସୁଛି, ଆଉ କେତେବେଳେ ପଥର ଖସୁଛି, ପୁଣି କେତେବେଳେ ଗଛ ପଡିଯାଇ ରାସ୍ତା ଅବରୋଧ ହେଉଛି। ବର୍ଷା ସମୟରେ ଯାତାୟତ କରିବା ନିରାପଦ ହେଉ ନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିରାଟକାୟ ଗଛ ପଡିଯାଇ ରାସ୍ତା ଅବରୋଧ ହେଇଥିଲା। ଏହା ପ୍ରଭାବରେ ଯାନବାହନ ଚଳାଚଳ ଅଟକି ରହିଛି ଏବଂ ଯାତାୟତ ଠପ୍ ହେଇଯାଇଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛକୁ କାଟି ସଫା କରିବା ସହ ରାସ୍ତା ଅବରୋଧ ହଟାଇଛନ୍ତି। ଏହାପରେ ଏହି ରାସ୍ତା ଦେଇ ଯାତାୟତ ସ୍ୱଭାବିକ ହେଇଛି।

ସୂଚନା ଯୋଗ୍ୟ ଯେ, ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଥିବା ବେଳେ ସିଙ୍ଗାରି ଘାଟି ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହେଇଥିବାରୁ ରାସ୍ତାର ଉନ୍ନତି କରଣରେ ବାଧକ ସୃଷ୍ଟି ହେଉଛି। ଅନ୍ୟପଟେ ଜିଲା ସଦର ମହାକୂମା ଭବାନିପାଟଣା ସହ ଥୁଆମୁଳ ରାମପୁରକୁ ଯୋଗାଯୋଗ ପାଇଁ କର୍ଲାପାଟ ଅଭୟାରଣ୍ୟ ଦେଇ ଥିବା ରାସ୍ତା ଅତ୍ୟନ୍ତ ବିପଦ ପୂର୍ଣ୍ଣ। ଏହି ରାସ୍ତାର ପ୍ରାୟ ୬୦ କିଲୋମିଟର କେବଳ ଘାଟି ଅଞ୍ଚଳ। ଲଘୁଯାନ ଓ ମଟରସାଇକଲ ଆରୋହୀ ଏହି ରାସ୍ତା ଦେଇ ଯାତାୟତ କରିବା ସୁରକ୍ଷିତ ହେଇନଥାଏ। ତେଣୁ ଥୁଆମୁଳ ରାମପୁର ଅଂଚଳର ୬୦ ପ୍ରତିଶତ ଲୋକ ସିଙ୍ଗାରି ଘାଟି ରାସ୍ତା ଦେଇ ଯାତାୟତ କରିଥାନ୍ତି। ଏଭଳି ସ୍ଥିତିରେ ରାସ୍ତାରେ ଅନେକ ସମୟରେ ପଥର ଖସି ଅଥବା ଗଛ ପଡି ରାସ୍ତା ଅବରୋଧ ହେଉଥିବାରୁ ଯାତ୍ରୀ ହଇରାଣ ହରକତ ହେଉଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories