www.samajalive.in
Sunday, December 14, 2025
23.1 C
Bhubaneswar

୨୭ ବର୍ଷ ହେଲା ଭଡାରେ ଚାଲିଛି ସିକୋ ପୁଲିସ ଫାଣ୍ଡି

ବେଗୁନିଆ – ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଠାରେ କାର୍ଯ୍ୟ କରୁଥିବା ସି ପୋଲିସ ଫାଣ୍ଡି ଟି ଦୀର୍ଘ ୨୭ ବର୍ଷ ହେବ ଭଡାରେ ଚାଲିଥିବାର ଜଣାପଡିଛି ।ଫାଣ୍ଡି ର ନିଜସ୍ୱ ଗୃହ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନଥିବା ବେଳେ ଭଡା ବାବଦକୁ ୩ ହଜାର ଏବଂ ବିଦ୍ୟୁତ ଭଡା ବାବଦକୁ ୧୪୦୦ ଟଙ୍କା ମାସିକ ଦିଆଯାଉଛି । ଆଜି ସୁଦ୍ଧା ଏହି ଘର ଭଡା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଉ ଥିବା ବେଳେ ଉକ୍ତ ଭଡା ଅର୍ଥରେ ଫାଣ୍ଡିର ନିଜସ୍ୱ ଗୃହ ନିର୍ମାଣ ହୋଇପାରିଥାନ୍ତା । କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷ କଣ ପାଇଁ ଫାଣ୍ଡି ଗୃହ ନିର୍ମାଣ ନକରି ଲକ୍ଷ ଲକ୍ଷ ଟଙ୍କା ଭଡା ଦେଇ ଚାଲିଛନ୍ତି ସେହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି । ଉକ୍ତ ଫାଣ୍ଡିଟି ଜଙ୍କିଆ ଥାନା ଅଧୀନରେ ଥିବାବେଳେ ଏହା ଅଧୀନରେ ବେଗୁନିଆ ବ୍ଲକର ସିକୋ , ଶଗଡ଼ଭଙ୍ଗା , ହୀରାପୁର ,ବୋତଳମା ,ହଜ ଏବଂ ଟାଙ୍ଗୀ ବ୍ଲକ ର କମାଗୁରୁ ଓ ଟାଙ୍କଳ ପଞ୍ଚାୟତ ରହିଛି ।

୭ ଟି ପଞ୍ଚାୟତର ଲୋକସଂଖ୍ୟା ଦୃଷ୍ଟିରୁ ଉକ୍ତ ଫାଣ୍ଡିକୁ ଥାନାରେ ପରିଣତ କରିବାର ଆବଶ୍ୟକତା ରହିଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ସିକୋ ପଞ୍ଚାୟତ ଜବରଦଖଲକାରୀଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ସ୍ଥାନୀୟ ପ୍ରଶାସନ ତରଫରୁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଜନସାଧରଣରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି ।ଏଠାରେ ସମସ୍ତ ସରକାରୀ ଜାଗାକୁ ପ୍ରଭାବଶାଳୀ ଲୋକମାନେ ସ୍ଥାନୀୟ ପ୍ରଶାସନକୁ ହାତ କରି ଜବରଦଖଲ କରୁଥିବାବେଳେ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ହରତାଳ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ ।

- Advertisement -

ସିକୋ ଜବରଦଖଲ ସମ୍ପର୍କରେ ଲୋକମାନେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପଛରେ କଣ ରହସ୍ୟ ରହିଛି ତାହା ଜନସାଧାରଣ ଜାଣି ପାରୁନାହାନ୍ତି । ସିକୋରେ ଫାଣ୍ଡି ଗୃହ ନିର୍ମାଣ କରିବା ପାଇଁ ଗୃହ ବିଭାଗ ତରଫରୁ ଅର୍ଥ ଯୋଗାଇ ଦିଆଯାଉଥିବାବେଳେ ଜାଗା ଚିହ୍ନଟ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନର ଅସହଯୋଗ ଯୋଗୁଁ ଗୃହ ନିର୍ମାଣ ହୋଇ ପାରୁନାହିଁ ବୋଲି ଜଣାପଡିଛି ।ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories