www.samajalive.in
Thursday, December 11, 2025
18.1 C
Bhubaneswar

ଗ୍ରାହକ ସେବା ଓ କୃଷକଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇଥାଏ ଭାରତୀୟ ଷ୍ଟେଟ ବ୍ୟାଙ୍କ

ଆଠଗଡ: ଶୁକ୍ରବାର ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପକ୍ଷରୁ ଗୁଡୁପଡା ଗ୍ରାମରେ ଏକ ରାତ୍ରିକାଳୀନ କୃଷକ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱରସ୍ଥିତ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟର ମହା ପ୍ରବନ୍ଧକ ଏମ୍‍ ପୁନମ୍ବଲମ ଯୋଗଦେଇ ଷ୍ଟେଟବ୍ୟାଙ୍କ ସବୁବେଳେ ଗ୍ରାହକ ସେବା ବିଶେଷକରି କୃଷକଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇଥାଏ ବୋଲି ପ୍ରକାଶ କରିଥିଲେ।

କଟକ ଆଞ୍ଚଳିକ ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟର କ୍ଷତ୍ରୀୟ ପ୍ରବନ୍ଧକ ପ୍ରଣତି ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କୃଷକ ସଂପର୍କ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ମହାପ୍ରବନ୍ଧକ ଶ୍ରୀ ପୁନମ୍ବଲମ ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଏବଂ ଏଥିରେ ଷ୍ଟେଟବ୍ୟାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲାପାଳ ପ୍ରଜ୍ଞାପରମିତା ପୃଷ୍ଟି ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ପ୍ରକଳ୍ପ ଅଧିକାରୀ ରୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗଦେଇ ଷ୍ଟେଟବ୍ୟାଙ୍କର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହାଦ୍ୱାରା ବ୍ୟାଙ୍କ ଗ୍ରାହକଙ୍କ ଦ୍ୱାରଦେଶରେ ସେବା ପହଞ୍ଚାଇବାର ଯୋଜନା ଦ୍ୱାରା ଗ୍ରାହକ ବିଶେଷକରି କୃଷକ ଉପକୃତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

- Advertisement -

ଦିନତମାମ କୃଷକମାନେ ନିଜ ଚାଷବାସରେ ବ୍ୟସ୍ତ ରହୁଥିବାରୁ ବ୍ୟାଙ୍କର ଏହି ଅଭିନବ ଯୋଜନା ଅନୁଯାୟୀ ସନ୍ଧ୍ୟାପରେ ଏପରି କୃଷକ ସଂପର୍କ ଶିବିର ଆୟୋଜନ କରାଯାଇଥିବା ଆଠଗଡ ଷ୍ଟେଟବ୍ୟାଙ୍କ ଶାଖା ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ରଶେଖର ଦାସ ପ୍ରକାଶ କରିଥିଲେ। ବ୍ୟାଙ୍କର ମହାପ୍ରବନ୍ଧକ ଓ ଅନ୍ୟ ଅତିଥିଗଣଙ୍କୁ ଗୁଡୁପଡା ଗ୍ରାମବାସୀ ସଂକୀର୍ତ୍ତନ ପରିବେଷଣ କରି ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥି ସହିତ ସେଠାରେ ମ୍ୟାଜିକ ସୋ ସହିତ ସ୍ଥାନୀୟ କଳାକାର ବିପ୍ଳବ ଦାସ ସଂଗୀତ ପରିବେଷଣ କରିଥିଲେ ଏବଂ ବ୍ୟାଙ୍କ ପକ୍ଷରୁ ଯୋଗଦେଇଥିବା କୃଷକ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାଗଣ ଓ ଅନ୍ୟ ଗ୍ରାହକମାନଙ୍କ ପାଇଁ ରାତ୍ରିଭୋଜନ ବ୍ୟବସ୍ଥା କରାଯାଇଥିଲା।

ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ରଶେଖର ଦାସ, ବରିଷ୍ଠ ଅଧିକାରୀ ଶୁଭ୍ରାଂଶୁ ଶେଖର ବେହେରା, କଟକ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ କିର୍ତ୍ତୀକାନ୍ତ ସ୍ୱାଇଁ, ନିରୋଦ ରାଉତ, ଚିତ୍ତରଞ୍ଜନ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ ଏବଂ ଗୁଡୁପଡା ଗ୍ରାମର ମୁଖିଆ ପ୍ରତାପ ଘଟୁଆଳ ଓ କବିରାଜ ସାହୁ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ବ୍ୟତୀତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଏକ ଥଣ୍ଡା ଓ ସ୍ୱଚ୍ଛ ପାନୀୟ ଜଳ ଯନ୍ତ୍ରକୁ ମହାପ୍ରବନ୍ଧକ ଏମ୍‍ ପୁନମ୍ବଲମ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍‍ଘାଟନ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories