ଚୌଦ୍ୱାର: ଗୁରୁବାର ବିଦ୍ୟୁତ୍ ବିତରଣ ସଂସ୍ଥା ଟିପିଡିଓସିଏଲ ପକ୍ଷରୁ ଚୌଦ୍ୱାରରେ ଏକ ଦିନିକିଆ ନିରାପତ୍ତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଇଲେକ୍ଟ୍ରିକାଲ କେନ୍ଦ୍ରିୟ ଷ୍ଟୋର ତରଫରୁ ସ୍ଥାନୀୟ କଳା ପ୍ରକାଶିନୀ କ୍ଲବ ପରିସରରେ ଆୟୋଜିତ ଏହି ଶିବିରରେ ଗ୍ଲୋବାଲ ଏଜେନ୍ସି ଓ ଟିପିଓଡିସିଏଲର ୧୨୫ରୁ ଉର୍ଦ୍ଧ କର୍ମଚାରୀ ଉପସ୍ଥିତ ଥିଲେ। ଚୌଦ୍ୱାର କେନ୍ଦ୍ରିୟ ଷ୍ଟୋର ଏସଡିପିଓ ରମାକାନ୍ତ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷ୍ଟୋର ଆମଦାନି ବିଭାଗ ମୁଖ୍ୟ ପ୍ରବୀଣ ଜୈନ, କଟକ ଷ୍ଟୋର ମୁଖ୍ୟ ଶିବ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଷ୍ଟେରର ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ନିୟମାବଳି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। କର୍ମଚାରୀ ମାନେ କର୍ମକ୍ଷେତ୍ରକୁ ଯିବା ପୁର୍ବରୁ ସମସ୍ତ ପ୍ରକାର ସୁରକ୍ଷା ସହିତ ନିଜର ମାନସିକ ସ୍ଥିତକୁ ଠିକ ରଖି କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
Popular Categories



