www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉଦଘାଟନ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଚୌଦ୍ୱାର:ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶଙ୍କରପୁର ଖେଳପଡିଆରେ ଜୟ ଦୁର୍ଗା କ୍ରୀକେଟ କ୍ଲବ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଆରମ୍ଭ ହୋଇଛି। ଉଦଘାଟନ ମ୍ୟାଚ ଗୋଲଡେନ ଷ୍ଟାର ଜାଜପୁର ଓ ରାଇଜିଂ ଷ୍ଟୁଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୋଲଡେନ ଷ୍ଟାର ଟସ୍ ଜିତି ନିର୍ଦ୍ଧାରିତ ୨୫ଓଭରରେ ୯ୱିକେଟ ହରାଇ ୧୪୯ରନ କରିଥିବା ବେଳେ ଏହାର ଜବାବରେ ରାଇଜିଂ ଷ୍ଟୁଡେଣ୍ଟ ୪ୱିକେଟ ହରାଇ ମ୍ୟାଚ ବିଜୟୀ ହୋଇଥିଲା। କ୍ଷମାସାଗର ବଳ ମ୍ୟାନ ଅଫ୍ ଦି ମ୍ୟାଚ୍ ଆଖ୍ୟା ଅର୍ଜନ କରିଥିଲେ। ଅମ୍ପାୟାର ଜାଫରଅଲ୍ଲୀ ସାହା ଓ ଶୀର୍ଷାନନ୍ଦ ବେହେରା ପରିଚାଳନା କରିଥିଲେ।ଉଦ୍ଘାଟନି ମ୍ୟଚକୁ ପୁର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ଉଦ୍ଘାଟନ କରିଥିଲେ। ସୋମବାର ୨ୟ କ୍ୱାଟର ଫାଇନାଲ ୟୁନିକସ୍ କ୍ରିକେଟ ଏକାଡେମି, ଭଦ୍ରକ ଓ ପୁରୀର ପାଓନିୟର ସ୍ପୋଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ। ସୁନୀଲ ଚନ୍ଦ୍ର ରାଉତ, ରମେଶ ଚନ୍ଦ୍ର ରାଉତ,ପ୍ରଶାନ୍ତ ହାତୀ, ପ୍ରଶାନ୍ତ ସେଠୀ, କାହ୍ନୁଚରଣ ଓଝା, ଅଭିରାମ ଲେଙ୍କା, ରଞ୍ଜନ ପରିଡା, କାମଦେବ ପ୍ରଧାନ ପ୍ରମୁଖ କ୍ଲବ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories