www.samajalive.in
Sunday, December 14, 2025
23.1 C
Bhubaneswar

ୟୁକ୍ରେନରେ ଘୋର ସ୍ୱାସ୍ଥ୍ୟ ସଙ୍କଟ, ଆଉ ୨୪ ଘଣ୍ଟାରେ ସବୁ ହସ୍ପିଟାଲରୁ ସରିଯିବ ଅମ୍ଳଜାନ – ହୁ

ୟୁକ୍ରେନ ଉପରେ ରୁଷ ଲଗାତାର ଆକ୍ରମଣ ଜାରି ରଖିଥିବା ବେଳେ ଆଉ ଏକ ବିଚଳିତ କଲାଭଳି ଖବର ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସୂଚନା ଅନୁଯାୟୀ, ୟୁକ୍ରେନରେ ଅମ୍ଳଜାନ ଯୋଗାଣ ପରିସ୍ଥିତି ସଂକଟଜନକ ପରିସ୍ଥିତିରେ ପହଂଚିଛି। ୟୁକ୍ରେନ୍‌ର ରାଜଧାନୀ ରାଜଧାନୀ କିଭ୍‌ ସମେତ ସେଠାକାର ଡାକ୍ତରଖାନାଗୁଡିକୁ ଅମ୍ଳଜାନ ଯୋଗାଣ କରିବା ସମ୍ଭବ ହୋଇପାରୁନାହିଁ। ଅଧିକାଂଶ ଡାକ୍ତରଖାନାରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଡାକ୍ତରଖାନାରେ ଗଛିତ ଅମ୍ଳଜାନ ଭଣ୍ଡାର ଶେଷ ହୋଇଯିବାର ସମ୍ଭାବନା ଦେଖାଦେଇଛି। ଇତି ମଧ୍ୟରେ କେତେକ ହସ୍ପିଟାଲରେ ଅମ୍ଳଜାନ ସରିଯାଇଥିବା ଖବର ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଉଦବେଗ ପ୍ରକାଶ କରିଛି। ସଂଗଠନ କହିଛି, ୟୁକ୍ରେନରେ ସଙ୍କଟ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ମାନବିକ ପ୍ରକ୍ରିୟାର ଏକ ପ୍ରାଥମିକ ସ୍ତମ୍ଭ ଭାବରେ ବିବେଚନା କରାଯିବା ଆବଶ୍ୟକ। ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଏଥିପାଇଁ ଆବଶ୍ୟକ ସୁବିଧାଗୁଡ଼ିକ ଜାରି ରହିଲେ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସୁରକ୍ଷିତ ରହିଲେ ସେମାନେ ଅନ୍ୟମାନଙ୍କ ଜୀବନ ବଞ୍ଚାଇ ପାରିବେ।

- Advertisement -

ହୁ କହିଛି, ଏଥିରେ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଣ ସମେତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ନିରାପଦ ଏବଂ ନିର୍ଭରଯୋଗ୍ୟ ବ୍ୟବସ୍ଥା ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ। ୟୁକ୍ରେନରେ ଏବେ ପ୍ରାୟ ୧ ହଜାର ୭୦୦ଟି ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଅମ୍ଳଜାନ ଅଭାବ ସଂକଟଜନକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। ଅନ୍ୟପକ୍ଷରେ ଅମ୍ଳଜାନ ଅଭାବ ମଧ୍ୟ ଗର୍ଭଧାରଣ, ପ୍ରସବ, ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।

ଅନ୍ୟ ଏକ ସୂଚନା ଅନୁଯାୟୀ, ୟୁକ୍ରେନର ମେଡିକାଲ୍ ଅମ୍ଳଜାନ ନିର୍ମାତାମାନେ ରାସାୟନିକ ଦ୍ରବ୍ୟ ଜିଓଲାଇଟ୍ ଅଭାବର ସମ୍ମୁଖୀନ ହେଉଛନ୍ତି ଯାହା ଅମ୍ଳଜାନ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ। ଏହି ସମସ୍ୟା ବ୍ୟତୀତ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ମଧ୍ୟ ସମସ୍ୟା ସୃଷ୍ଟି କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories