www.samajalive.in
Sunday, December 14, 2025
17.1 C
Bhubaneswar

ଖାଇବା ତେଲର ମୂଲ୍ୟ ହ୍ରାସ ଲାଗି ପୁଣିଥରେ ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ଭଣ୍ଡାରଣ ସୀମା ଆଦେଶ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଆସନ୍ତାକାଲି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବୈଠକ 

ପାର୍ବଣ ଋତୁକୁ ଆଖି ଆଗରେ ରଖି ଖାଇବା ତେଲ ମୂଲ୍ୟ ହ୍ରାସ କରିବା ଲାଗି କେନ୍ଦ୍ର ପକ୍ଷରୁ ଗ୍ରହଣ କରାଯାଉଛି କଠୋର କାର୍ଯ୍ୟାନୁଷ୍ଠାନ

ଅଂଶୀଦାରମାନଙ୍କୁ ଭଣ୍ଡାରଣ କ୍ଷମତାର ଦୁଇ ମାସରୁ ଅଧିକ ଷ୍ଟକ୍ ନରଖିବା ପାଇଁ ଦିଆଗଲା ପରାମର୍ଶ

କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି । ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର (ଆସନ୍ତାକାଲି)ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଛି।

ଡିଏଫପିଡି ସଚିବ ସୁଧାଂଶୁ ପାଣ୍ଡେଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପଠାଯାଇଥିବା ପତ୍ରରେ ବିଭାଗ ପକ୍ଷରୁ ଏ ନେଇ ଆବଶ୍ୟକ ସୂଚନା ଦିଆଯାଇଛି । ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଉପଭୋକ୍ତାମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିବା ଏବଂ ପାର୍ବଣ ଋତୁକୁ ଧ୍ୟାନରେ ରଖି ଖାଇବା ତେଲର ମୂଲ୍ୟ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ଏକ ରୂପରେଖ ପ୍ରସ୍ତୁତ କରାଯାଇଛି ।

- Advertisement -

ଡିଏଫପିଡି ପକ୍ଷରୁ ଖାଇବା ତେଲର ଦର ଏବଂ ଉପଭୋକ୍ତାଙ୍କ ପାଇଁ ଏଗୁଡ଼ିକର ଉପଲବ୍ଧତା ଅନୁଧ୍ୟାନ କରାଯାଉଛି । ଏହା ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ଏହି ସମୟରେ ଖାଇବା ତେଲର ଚାହିଦା ବୃଦ୍ଧି ପାଇଥାଏ । ସରକାରଙ୍କ ପକ୍ଷରୁ ଏଥିପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇ ସାରିଛି। ସମସ୍ତ ରାଜ୍ୟ ଏବଂ ଖାଇବା ତେଲ ଉଦ୍ୟୋଗ ସଂଘଗୁଡ଼ିକ ସହିତ ଆଲୋଚନା କରାଯାଇଛି । ଏହି ଆଲୋଚନାକୁ ଆଧାର କରି ଭଣ୍ଡାରଣ ସୂଚନା ଦେବା ଲାଗି ବିଜ୍ଞପ୍ତି ଜାରି କରାଯାଇଛି । ଡିଏଫପିଡି ପକ୍ଷରୁ ଦେଶରେ ସାପ୍ତାହିକ ଆଧାରରେ ଖାଇବା ତେଲ/ତୈଳବୀଜର ଭଣ୍ଡାରଣ ଅନୁଧ୍ୟାନ ଲାଗି ଏକ ‍ୱ‍େବ ପୋର୍ଟାଲ ପ୍ରସ୍ତୁତ କରାଯାଇଛି।

ଉପଭୋକ୍ତାମାନଙ୍କର ପସନ୍ଦ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଲାଗି ଖାଇବା ତେଲର ଚାହିଦା ଏବଂ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଖାଇବା ତେଲ ଏବଂ ତୈଳ ବୀଜ ଭଣ୍ଡାରଣ ସୀମାର ପରିମାଣକୁ ଅନ୍ତିମ ରୂପ ଦେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଠାରୁ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ଭଣ୍ଡାରଣ ସୀମା ଉପରେ ବିଚାର ଓ ପରମର୍ଶ ଗ୍ରହଣ କରାଯିବ । ରିଫାଇନର, ମିଲର, ପାଇକାରୀ ବ୍ୟବସାୟୀଙ୍କ ସମେତ ସମସ୍ତ ଅଂଶୀଦାରମାନେ ଯେପରି ଦୁଇ ମାସରୁ ଅଧିକ କ୍ଷମତା ପର୍ଯ୍ୟନ୍ତ ଷ୍ଟକ୍ ରଖିବେ ନାହିଁ ସେ ସମ୍ପର୍କରେ ନିୟମ ନିର୍ଦ୍ଧାରଣ କରିବା ଲାଗି ବିଚାର କରାଯାଉଛି।

ମାର୍ଗଦର୍ଶନ ପାଇଁ ରାଜ୍ୟମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ସାଙ୍କେତିକ ସୀମାକୁ ପ୍ରାଥମିକତା ଦେଇପାରିବେ।  ତେବେ ଅନ୍ୟ ଶ୍ରେଣୀଗୁଡ଼ିକ ଲାଗି ରାଜ୍ୟ ପାଇଁ ଅନୁକୂଳ ସମାନ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories