www.samajalive.in
Wednesday, December 10, 2025
15.1 C
Bhubaneswar

ମୂଲ୍ୟ ବୃଦ୍ଧି ପରେ ଗହମ ଷ୍ଟକ୍ ସୀମା ହ୍ରାସ କଲେ କେନ୍ଦ୍ର ସରକାର

ଡେସ୍କ: ଗହମ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ଆଜି ଗହମ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ବିକ୍ରେତାଙ୍କ କ୍ଷେତ୍ରରେ ଷ୍ଟକ୍ ସୀମାକୁ ୩ ହଜାର ଟନରୁ ୨ ହଜାର ଟନକୁ ହ୍ରାସ କରିଛନ୍ତି। ଏହି ପଦକ୍ଷେପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଘୋଷଣା କରି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ବର୍ତ୍ତମାନର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ଷ୍ଟକ୍ ସୀମା ସମୀକ୍ଷା କରିଛୁ ଏବଂ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ଚେନ୍ ବିକ୍ରେତାଙ୍କ ପାଇଁ ଷ୍ଟକ୍ ସୀମା ୨ ହଜାର ଟନକୁ ହ୍ରାସ କରିଛୁ।

ତିନି ମାସ ପୂର୍ବରୁ ଜୁନ୍ ୧୨ରେ ସରକାର ଗହମ ବ୍ୟବସାୟୀଙ୍କ ଉପରେ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ୩ ହଜାର ଟନ୍ ଷ୍ଟକ୍ ସୀମା ଧାର୍ଯ୍ୟ କରିଥିଲେ। ତେବେ ଗତ ଏକ ମାସ ମଧ୍ୟରେ ଗହମର ମୂଲ୍ୟ ଚାରି ପ୍ରତିଶତ ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ସରକାର ଷ୍ଟକ୍ ସୀମାକୁ ୨ ହଜାର ଟନକୁ ହ୍ରାସ କରିଛନ୍ତି। ଶ୍ରୀ ଚୋପ୍ରା କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଗହମ ଉପଲବ୍ଧ ଅଛି।

- Advertisement -

ସୂଚନା ଅନୁଯାୟୀ ବ୍ୟବସାୟୀ ଓ ହୋଲସେଲରଙ୍କ ପାଇଁ ୨ ହଜାର ମେଟ୍ରିକ ଟନ ଓ ବୃହତ ଖୁଚୁରା ଚେନ୍ ବିକ୍ରେତାଙ୍କ କ୍ଷେତ୍ରରେ ପ୍ରତ୍ୟେକ ଡିପୋ ପାଇଁ ୨ ହଜାର ମେଟ୍ରିକ ଟନ ଗହମ ଷ୍ଟକ ସୀମା ନିର୍ଦ୍ଧାରଣ କରାଯାଇଛି। ଅନ୍ୟ ବର୍ଗଗୁଡିକ ପାଇଁ, ଷ୍ଟକ୍ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଗହମ ଷ୍ଟକିଂ ସଂସ୍ଥା https://evegoils.nic.in/wsp/login ପୋର୍ଟାଲରେ ପଞ୍ଜୀକୃତ ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଷ୍ଟକ୍ ସ୍ଥିତିକୁ ଅପଡେଟ କରିବା ଆବଶ୍ୟକ ବୋଲି କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories