www.samajalive.in
Monday, December 15, 2025
14.1 C
Bhubaneswar

ମୂଲ୍ୟ ବୃଦ୍ଧି ପରେ ଗହମ ଷ୍ଟକ୍ ସୀମା ହ୍ରାସ କଲେ କେନ୍ଦ୍ର ସରକାର

ଡେସ୍କ: ଗହମ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ଆଜି ଗହମ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ବିକ୍ରେତାଙ୍କ କ୍ଷେତ୍ରରେ ଷ୍ଟକ୍ ସୀମାକୁ ୩ ହଜାର ଟନରୁ ୨ ହଜାର ଟନକୁ ହ୍ରାସ କରିଛନ୍ତି। ଏହି ପଦକ୍ଷେପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଘୋଷଣା କରି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ବର୍ତ୍ତମାନର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ଷ୍ଟକ୍ ସୀମା ସମୀକ୍ଷା କରିଛୁ ଏବଂ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ଚେନ୍ ବିକ୍ରେତାଙ୍କ ପାଇଁ ଷ୍ଟକ୍ ସୀମା ୨ ହଜାର ଟନକୁ ହ୍ରାସ କରିଛୁ।

ତିନି ମାସ ପୂର୍ବରୁ ଜୁନ୍ ୧୨ରେ ସରକାର ଗହମ ବ୍ୟବସାୟୀଙ୍କ ଉପରେ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ୩ ହଜାର ଟନ୍ ଷ୍ଟକ୍ ସୀମା ଧାର୍ଯ୍ୟ କରିଥିଲେ। ତେବେ ଗତ ଏକ ମାସ ମଧ୍ୟରେ ଗହମର ମୂଲ୍ୟ ଚାରି ପ୍ରତିଶତ ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ସରକାର ଷ୍ଟକ୍ ସୀମାକୁ ୨ ହଜାର ଟନକୁ ହ୍ରାସ କରିଛନ୍ତି। ଶ୍ରୀ ଚୋପ୍ରା କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଗହମ ଉପଲବ୍ଧ ଅଛି।

- Advertisement -

ସୂଚନା ଅନୁଯାୟୀ ବ୍ୟବସାୟୀ ଓ ହୋଲସେଲରଙ୍କ ପାଇଁ ୨ ହଜାର ମେଟ୍ରିକ ଟନ ଓ ବୃହତ ଖୁଚୁରା ଚେନ୍ ବିକ୍ରେତାଙ୍କ କ୍ଷେତ୍ରରେ ପ୍ରତ୍ୟେକ ଡିପୋ ପାଇଁ ୨ ହଜାର ମେଟ୍ରିକ ଟନ ଗହମ ଷ୍ଟକ ସୀମା ନିର୍ଦ୍ଧାରଣ କରାଯାଇଛି। ଅନ୍ୟ ବର୍ଗଗୁଡିକ ପାଇଁ, ଷ୍ଟକ୍ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଗହମ ଷ୍ଟକିଂ ସଂସ୍ଥା https://evegoils.nic.in/wsp/login ପୋର୍ଟାଲରେ ପଞ୍ଜୀକୃତ ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଷ୍ଟକ୍ ସ୍ଥିତିକୁ ଅପଡେଟ କରିବା ଆବଶ୍ୟକ ବୋଲି କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories