www.samajalive.in
Sunday, December 14, 2025
23.1 C
Bhubaneswar

ମଣିପୁର ବିସ୍ଥାପିତଙ୍କ ଲାଗି କେନ୍ଦ୍ର ସରକାରଙ୍କ ୧୦୧ କୋଟିର ସହାୟତା ଘୋଷଣା

ନୂଆଦିଲ୍ଲୀ : ମଣିପୁରରେ ସୃଷ୍ଟ ହିଂସାରେ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି ସେମାନଙ୍କ ନିମନ୍ତେ ୧୦୧.୭୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦେଶକ୍ରମେ ଏହି ସହାୟତା ରାଶି ଘୋଷଣା କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ।
ମଣିପୁରରେ ବର୍ତ୍ତମାନ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ହିଂସା ହୋଇନଥିବା କୁଲଦୀପ ସୂଚନା ଦେଇଥିଲେ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ଇମ୍ପାଲ୍‌ ଜିଲାରୁ ୨୭ଟି ବନ୍ଧୁକ, ୨୪୫ଟି ଗୁଳି ଓ ୪୧ଟି ବୋମା ଜବତ କରାଯାଇଥିବା ସେ କହିଥିଲେ। ସେହିପରି ବିଷ୍ଣୁପୁର ଜିଲାରୁ ଗୋଟିଏ ବନ୍ଧୁକ ଓ ଦୁଇଟି ବୋମା ଜବତ ହୋଇଥିବା ସେ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮୯୬ଟି ବନ୍ଧୁକ, ୧୧ ହଜାରରୁ ଅଧିକ ଗୁଳି ଓ ୨୦୦ଟି ବୋମା ଜବତ କରାଯଇଥିବା ସେ କହିଥିଲେ।
ମଣିପୁରର ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବାରୁ ୫ଟି ଜିଲାରେ ୧୨ ଘଣ୍ଟା ଓ ଅନ୍ୟ କେତେକ ଜିଲାରେ ୮ରୁ ୧୦ ଘଣ୍ଟା ସାନ୍ଧ୍ୟ ଆଇନ କୋହଳ କରାଯାଇଛି। ୬ଟି ଜିଲାରେ ସାନ୍ଧ୍ୟ ଆଇନକୁ ଉଠାଇ ଦିଆଯାଇଛି। ସେହିପରି ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ରହିଛି। ଦଙ୍ଗାଗ୍ରସ୍ତ ଅଞ୍ଚଳକୁ ବରିଷ୍ଠ ଅଧିକାରୀମାନେ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ମଣିପୁରର ମନ୍ତ୍ରୀ ଓ ବିଧାୟକମାନେ ବିଭିନ୍ନ ଅଞ୍ଚଳ ବୁଲିବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ସୁରକ୍ଷାକର୍ମୀଙ୍କ ତତ୍ତ୍ବାବଧାନରେ ବିଭିନ୍ନ ଗାଁ ଓ ସହରରେ ଜନସାଧାରଣଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories