www.samajalive.in
Sunday, December 14, 2025
23.1 C
Bhubaneswar

ଭୁବନ ବ୍ଲକରେ ମିଶନ ଶକ୍ତି ଗୃହ ଲୋକାର୍ପଣ କଲେ ଖଣି ମନ୍ତ୍ରୀ

କାମାକ୍ଷାନଗର : କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ ଖଣି, ଇସ୍ପାତ ଓ ପୂର୍ତ୍ତ  ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନବନିର୍ମିତ ମିଶନ ଶକ୍ତି ଗୃହ, ପଞ୍ଚାୟତ କାର୍ଯ୍ୟାଳୟ ଏବଂ ତପୋବନ ଉଚ୍ଚ ବିଦ୍ୟାଳୟର ଫାଇଭ-ଟି ଶ୍ରେଣୀ ଗୃହ ଉଦଘାଟନ କରିଛନ୍ତି । ଗ୍ରାମରେ ଥିବା ଶିବ ମନ୍ଦିରର ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ଏବଂ ସରପଞ୍ଚ ସହିତ ମନ୍ଦିରର ପାରିପାର୍ଶିକ ଉନ୍ନତି କରଣ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଜିଲ୍ଲାପରିଷଦ ରମେଶ ଚନ୍ଦ୍ର ସାହୁ, ସରପଞ୍ଚ କଲ୍ୟାଣୀ ସାହୁ ଏବଂ ସ୍ଥାନୀୟ ବିଡିଓ ସୌରଭ କଲ୍ୟାଣ ଦାଶ ସହିତ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଜନସାଧାରଣ ଯୋଗଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories