www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ୧୦ ରେଳ ବାତିଲ

ଭୁବନେଶ୍ବର : ରେଳ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଶୁକ୍ରବାର କେତେକ ରେଳ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ନମ୍ବର ୦୨୮୩୭ ସାନ୍ତ୍ରାଗାଛି-ପୁରୀ ଏକ୍ସପ୍ରେସ ସାନ୍ତ୍ରାଗାଛିରୁ ବାତିଲ ହେବାକୁ ଥିବାବେଳେ ରେଳ ନଂ ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ, ରେଳ ନମ୍ବର ୧୨୮୩୯ ହାୱଡା-ଚେନ୍ନଇ ମେଲ ହାୱଡାରୁ, ରେଳ ନଂ ୦୭୦୨୯ ଅଗରତାଲା-ସିକନ୍ଦରାବାଦ ଏକ୍ସପ୍ରେସ ଅଗରତାଲାରୁ, ରେଳ ନଂ ୧୫୬୩୦ ସିଲଘାଟ-ତମ୍ବାରାମ ଏକ୍ସପ୍ରେସ ବାତିଲ ରହିବ। ସେହିପରି ରେଳ ନଂ ୨୨୮୫୦ ସିକନ୍ଦରାବାଦ-ଶାଲିମାର ଏକ୍ସପ୍ରେସ ସିକନ୍ଦରାବାଦରୁ, ରେଳ ନଂ ୨୨୮୦୪ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ, ରେଳ ନଂ ୧୨୮୪୨ ଚେନ୍ନଇ-ଶାଲିମାର ଏକ୍ସପ୍ରେସ, ରେଳ ନଂ ୨୨୮୩୨ ସତ୍ୟସାଇ ପ୍ରଶାନ୍ତି ନିଲୟମ (ଏସଏସପିଏନ)-ହାୱଡ଼ା ଏକ୍ସପ୍ରେସ ଏସଏସପିଏନରୁ ରେଳ ନଂ ୧୮୪୧୦ ପୁରୀ-ଶାଲିମାର ଏକ୍ସପ୍ରେସ ବାତିଲ ରହିବ। ୧୦ ତାରିଖରେ ବାତିଲ ହେବାକୁ ଥିବା ରେଳ ଗୁଡ଼ିକ ହେଲା, ରେଳ ନଂ ୦୨୮୩୮ ପୁରୀ-ସାନ୍ତ୍ରାଗାଛି ଏକ୍ସପ୍ରେସ, ରେଳ ନଂ ୨୨୮୦୩ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ ବାତିଲ ରହିବ। ରେଳ ନଂ ୧୮୪୭୭/୧୮୪୭୮ ପୁରୀ-ଯୋଗନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉଭୟ ଦିଗରୁ ମାର୍ଗ ପରିବର୍ତ୍ତନ କରି ଚାଲିବ। ଅନୁଗୋଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା ଓ ଇବ ଦେଇ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories