ଆଜି ପ୍ରଭାବିତ ଜିଲା ଗସ୍ତ କରିବେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଧାମରା: ବୁଲବୁଲ ସପ୍ତାହକ ପରେ କ୍ଷୟକ୍ଷତିର ଆକଳନ ପାଇଁ ଗୁରୁବାର ପ୍ରତିନିଧି ଦଳ ଅପରାହ୍ଣ ପ୍ରାୟ ୫ଟାରେ ଭଦ୍ରକ ଜିଲାର ଧାମରାରେ ପହଞ୍ଚିଥିଲେ । ସେମାନେ ଜାଗୁଳା ଗ୍ରାମ ପଞ୍ଚାୟତର କ୍ଷତିଗ୍ରସ୍ତ ବଳଭଦ୍ର ପ୍ରସାଦ ଗାଁ ପରିଦର୍ଶନ କରିଥିଲେ। ଗସ୍ତ ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁ୍ଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ବରେ ଆନ୍ତଃ-ମନ୍ତ୍ରଣାଳୟ ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କନ୍ସଲଟା ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସ୍.ଏସ୍. ମେ।ଦି, କେନ୍ଦ୍ରୀୟ ଜଳ ଆୟୋଗ ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍ ସିଂ, କୃଷି ବିଭାଗ ପାଟଣା ସ୍ଥିତ ଡିଆର୍ଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଓ ସଡ଼କ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ର ଆଂଚଳିକ ଅଧିକାରୀ ସୁନୀଲ୍ କୁମାର ସାମିଲ ଥିଲେ।
ସୂଚନା ଅନୁଯାୟୀ, ଶୁକ୍ରବାର କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷୟକ୍ଷତିର ଆକଳନ ପାଇଁ ୨ ଭାଗରେ ବିଭକ୍ତ ହୋଇ ୪ଟି ଜିଲା ଗସ୍ତ କରିବେ । ‘ଗ୍ରୁପ –ଏ’ ଓ ‘ଗ୍ରୁପ-ବି’ରେ ବିଭକ୍ତ ହୋଇ ଜିଲା ଗସ୍ତ କରିବେ। ‘ଗ୍ରୁପ –ଏ’ ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଗସ୍ତ କରିବେ ଏବଂ ଅପରାହ୍ନପରେ ବାଲେଶ୍ବର ଜିଲାର ଭାଗରାଇ ବ୍ଲକ ଗସ୍ତ କରିବେ ବୋଲି ଜଣାପଡ଼ିଛି । ସେହିପରି ‘ଗ୍ରୁପ –ବି’ କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଏବଂ ଜହତସିଂହପୁର ଜିଲାର କୁଜଙ୍ଗ ଓ ଏରାସମା ବ୍ଲକ ଗସ୍ତକରିବେ। ଏହାପରେ ୨ଟି ଟିମ୍ ସନ୍ଧ୍ୟାରେ ଭୁବନେଶ୍ବର ଫେରିଆସିବେ। ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
Comments are closed.