www.samajalive.in
Monday, December 15, 2025
14.1 C
Bhubaneswar

ମନ୍ଦିର ଖୋଲିବା ଉପରୁ ହଟିଲା କେନ୍ଦ୍ର କଟକଣା, ହେଲେ ରାଜ୍ୟ ସରକାରଙ୍କ ନିଷେଧାଦେଶ ବଳବତ୍ତର

ଭୁବନେଶ୍ବର: କରୋନା କଟକଣା ପାଇଁ ଜାରି କରାଯାଇଥିବା ନିର୍ଦେଶନାମାରେ କେନ୍ଦ୍ର ସରକାର କୋହଳ କରିଛନ୍ତି। ଆସନ୍ତାକାଲିଠାରୁ ଦେଶର ସମସ୍ତ ଧାର୍ମିକ ପୀଠ ଓ ଉପାସନାସ୍ଥଳୀ ଖୋଲିପାରିବ । ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀକ୍ଷେତ୍ରର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବଂ ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର ୪୬ଟି ପୀଠ ଭକ୍ତଙ୍କ ପାଇଁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେନ୍ଦ୍ରର କଟକଣା ହଟିବା ସତ୍ତ୍ବେ ମଧ୍ୟ ରାଜ୍ୟରେ କୌଣସି ଧାର୍ମିକ ପୀଠ ଖୋଲି ପାରିବ ନାହିଁ ।  ଧାର୍ମିକ ପୀଠ ଖୋଲିବା ନେଇ ରାଜ୍ୟ ସରକାରଙ୍କ କଟକଣା ବଳବତ୍ତର ରହିଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ପୀଠ ଖୋଲି ପାରିବ ବୋଲି ସୂଚନା ମିଳିଛି ।
ଆସନ୍ତାକାଲି ଅର୍ଥାତ ଜୁନ ୮, ୨୦୨୦ ପରଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ ୮୨୦ଟି ଐତିହାସିକ କିର୍ତୀରାଜି ଖୋଲିବ। ଏସବୁ କିର୍ତୀରାଜି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି। ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ  ପ୍ରହ୍ଲାଦ ସିଂ ପଟେଲ।  ଏହି ୮୨୦ଟି ଉପାସନା ପୀଠ ତଥା ଐତିହାସିକ କିର୍ତୀରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ ୪୬ଟି କୀର୍ତ୍ତିରାଜି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ। ତେବେ ଏସବୁ ସଂରକ୍ଷିତ କିର୍ତୀରାଜି ଖୋଲାଯିବା ସମୟରେ ୪.୬.୨୦୨୦ରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ମାନକ ପରିଚାଳନା ପଦ୍ଧତି (ଏସଓପି)କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ସତର୍କତା ପଦକ୍ଷେପର କାର୍ଯ୍ୟାନ୍ୱୟନ ଏଏସଆଇ ପକ୍ଷରୁ ସୁନିଶ୍ଚିତ କରାଯିବ। ଆହୁରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଦିଶାନିର୍ଦ୍ଦେଶ ପାଳନ ଏଏସଆଇ ଦ୍ୱାରା ସୁନିଶ୍ଚିତ କରାଯିବ।
୮.୬.୨୦୨୦ରେ ଖୋଲିବାକୁ ଥିବା ଏହି ୮୨୦ଟି ଉପାସନା ସ୍ଥଳୀ ତଥା କିର୍ତୀରାଜିର ତାଲିକା ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେବା ନିମନ୍ତେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଏସଆଇକୁ ଅନୁରୋଧ କରାଯାଇଛି। ଯାହାଫଳରେ କୋଭିଡ-୧୯ ସଂକ୍ରମଣ ପ୍ରତିହତ ଓ ନିରାକରଣ ଲାଗି ସମସ୍ତ ପଦକ୍ଷେପ ସେମାନେ କାର୍ଯ୍ୟକାରୀ କରିପାରିବେ। ମନ୍ଦିର, ଧର୍ମାନୁଷ୍ଠାନ ଓ ପୀଠ ଭକ୍ତଙ୍କ ପାଇଁ ଖୋଲାରହିବ ଏବଂ ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ନିୟମ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories