www.samajalive.in
Sunday, December 14, 2025
23.1 C
Bhubaneswar

୫- ଟି ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିଲା – ଅଳ୍ପକେ ବର୍ତ୍ତିଲେ ଶିକ୍ଷକ ଶିକ୍ଷୟତ୍ରୀ

ପାଟଣା – ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ କୁ ୫- ଟି ରେ ସାମିଲ କରାଯାଇ ଏହାର ଉନ୍ନତିକରଣ କରାଯାଇଥିବାବେଳେ ବାରମ୍ବାର ପୁରୁଣା ଗୃହରେ ନୁଆ କରି ପ୍ଲାଷ୍ଟର କରଯାଇଥିବା ପ୍ଲାଷ୍ଟର ଛାତରୁ ଖସିବା ଘଟଣା ଚିନ୍ତାର କାରଣ ହୋଇଛି ।

ନିକଟରେ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ରୁ ପ୍ଲାଷ୍ଟର ଖସିଥିବାବେଳେ ଛାତ୍ରଛାତ୍ରୀ ମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ହେଲେ ଆଜି ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ର କମନରୁମରୁ ପ୍ଲାଷ୍ଟର ଖସିଛି ।

- Advertisement -

ପ୍ଲାଷ୍ଟର ଖସିବା ମାତ୍ରେ କଡ କଡ ଶବ୍ଦ ହେବାରୁ ସେହି କୋଠରୀରେ ଥିବା ସଂସ୍କୃତ ଶିକ୍ଷୟତ୍ରୀ ଓ ଅନ୍ୟମାନେ ତତ୍କାଳ ବାହାରକୁ ପଳାଇ ଆସିଥିଲେ । ପ୍ଲାଷ୍ଟର ଖସି ଟେବୁଲ ଓ ଚେୟାର ଭାଙ୍ଗିଥିବା ଦେଖାଯାଇଛି । ନିକଟରେ ଘଟଗାଁ ବ୍ଲକରେ ଅନ୍ୟ ଏକ ବିଦ୍ୟାଳୟରୁ ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀ ଆହତ ହେବା ଘଟଣାରେ ନାମକୁ ମାତ୍ର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣା ବ୍ଲକକୁ ବଦଳି କରଯାଇଥିଲା । ଆଜି ଘଟଣା ପରେ ସତ୍ୟନାରାୟଣ ବିଦ୍ୟାପୀଠର ସମ୍ପୂର୍ଣ୍ଣ ପ୍ଲାଷ୍ଟର ହଟା ଯାଇ ଉନ୍ନତମାନର ନୂତନ ପ୍ଲାଷ୍ଟର କରାଯିବାକୁ ଅଭିଭାବକ ମାନେ ଦାବି ଜଣାଇଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories