www.samajalive.in
Monday, December 15, 2025
15.1 C
Bhubaneswar

ମାତୃପୁରୀରେ ଜାତୀୟ ଗଣିତ ଦିବସ ପାଳିତ

ରେଙ୍ଗାଲିକେମ୍ପ : ଅତାବିରା ଏନଏସି ସ୍ଥିତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠାନର ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଜି ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲାରମ୍ଭା ମହାବିଦ୍ୟାଳୟର ପୂର୍ବତନ  ଅଧ୍ୟକ୍ଷ ତଥା ବିଶିଷ୍ଟ ଗଣିତଜ୍ଞ ହରିହର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଜ୍ୟୋତି ବିହାର ବୁର୍ଲାର ପ୍ରଫେସର ବାଳ ଗୋବିନ୍ଦ ବାବୁ, ଡଃ ସବିତା ନାଥ ବାବୁ ଓ ସଭାପତି ଶେଷଦେବ ନାଏକ ସମ୍ମାନିତ ଅତିଥି ରୂପେ ଛାତ୍ର ଛାତ୍ରୀ ମାନଙ୍କୁ  ଉତ୍ସାହିତ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ଋତୁପର୍ଣ୍ଣା, ପ୍ରଜ୍ଞାଶ୍ରୀ, ଗ୍ରେସି, ପ୍ରଜ୍ଞା, ଦିବ୍ୟା ଓ ୟାଂଶିକାଙ୍କ ସାମୁହିକ ପ୍ରାରମ୍ଭିକ ସଙ୍ଗୀତ  ପରିବେଷଣ ପରେ ମାତୃପୁରି  ମ୍ୟାଥମାଟିକାଲ ଟେଲେଣ୍ଟ ସର୍ଚ୍ଚ, ଗଣିତ ଜ୍ଞାନ, ଜଣା ଅଜଣା, କୁଇଜ୍ ଆଦି ପ୍ରତିଯୋଗିତା କରାଯିବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କୁଇଜ୍ ପ୍ରତିଯୋଗିତାରେ ବିବେକ ରାଜ୍ ଓ ସୁଦୀପ୍ତ, ପ୍ରୀୟାଂଶୁ ଓ ଆଶୁତୋଷ, ସମୀକ୍ଷା ଓ ସ୍ଵସ୍ତିକା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଣିତ ବିଭାଗର ମୁଖ୍ୟ ବାବୃବାହନ ମିଶ୍ର ପରିଚାଳନା କରିଥିବା ବେଳେ  ସରୋଜ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ସୁନିଲ ଖମାରୀ, ସୁଖଦ ମିଶ୍ର, ଯୁଗଳ ସାହୁ, ଆଦିତ୍ୟ ମିଶ୍ର, ରତନ ଦୀପ, ସରିତା ପ୍ରଧାନ, ଗିରିଜା ସାହୁ, ମାନସ ଭୋଇ, ରାଜକିଶୋର ସେଠ୍, ନିରଞ୍ଜନ ପଶାୟତ, ଏକାଦଶୀଆ ସାହୁ ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories