www.samajalive.in
Sunday, December 14, 2025
19.1 C
Bhubaneswar

ଏକକାଳୀନ ନିର୍ବାଚନ ପାଇଁ ଆଇନଗତ ପରିବର୍ତ୍ତନ ଅବଶ୍ୟକ: ସିଇସି

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବା ଲାଗି ବିଜେପି ପକ୍ଷରୁ ଜୋର୍‍ ଦିଆଯାଇଥିବା ବେଳେ ନିକଟରେ ଏଭଳି ନିର୍ବାଚନ ହେବାର ସମ୍ଭାବନା ନାହିଁ। କାରଣ ଏକକାଳୀନ ନିର୍ବାଚନ କରାଇବା ଲାଗି କେତେକ ଆଇନଗତ ତଥା ସାମ୍ବିଧନିକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ନିର୍ବାଚନ କମିସନ (ସିଇସି) ଓ.ପି. ରାୱତ୍‍ ମଙ୍ଗଳବାର ପ୍ରକାଶ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଯଦି କୌଣସି ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି କରିବା ତଥା କାଣ୍ଟଛାଣ୍ଟ କରିବାର ଆବଶ୍ୟକତା ପଡେ ତା’ହେଲେ ସାମ୍ବିଧାନିକ ସଂଶୋଧନ ଦରକାର। ଅନ୍ୟପଟେ ସମକାଳୀନ ନିର୍ବାଚନ ନିମନ୍ତେ ଉପଯୁକ୍ତ ପରିମାଣର ଇଭିଏମ୍‍ ଓ ଭିଭିପ୍ୟାଟ୍‍ ମେସିନ୍‍ ଉପଲବ୍ଧ କରାଇବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକି ବର୍ତ୍ତମାନ କମିଶନଙ୍କ ନିକଟରେ ନାହିଁ ବୋଲି ଇଲେକ୍‍ଟ୍ରୋନିକ୍‍ ଗଣମାଧ୍ୟମ ନ୍ୟୁଜ୍‍୧୮ ସହିତ ସାକ୍ଷାତକାର ବେଳେ ରାୱତ୍‍ ପ୍ରକାଶ କରିଛନ୍ତି।
ସିଇସି ରାୱତ୍‍ କହିଛନ୍ତି, ସରକାର ଯଦି ଏକକାଳୀନ ନିର୍ବାଚନ ଅନୁଷ୍ଠିତ କରିବାକୁ ଚାହାନ୍ତି ତା’ହେଲେ ଏହାକୁ ଖୁବ୍‍ ଗୁରୁତ୍ୱର ସହ ଲାଗୁ କରିବାକୁ ହେବ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉପରେ ୨୦୧୫ରେ ନିର୍ବାଚନ କମିଶନ (ଇସି) ନିଜର ମତାମତ ଏବଂ ପରାମର୍ଶ ଦେଇଥିଲେ। ଯେଉଁ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ସମାପ୍ତ ହେବ ସେଠାରେ ନିର୍ବାଚନ କରାଇବା ଲାଗି ଇସି ପ୍ରସ୍ତୁତ। କିନ୍ତୁ ଏକାଠୀ ନିର୍ବାଚନ କରାଇବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି କାଏମ ରଖିବା ତଥା ଉପଯୁକ୍ତ ପରିମାଣର ନିର୍ବାଚନ କର୍ମଚାରୀ ନିଯୁକ୍ତ କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ ଦର୍ଶାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ଇସି ଏବେ ଇଭିଏମ୍‍ ଏବଂ ଭିଭିପ୍ୟାଟ୍‍ କ୍ରୟ ଉପରେ କାର୍ଯ୍ୟ କରୁଛନ୍ତି। ସେପ୍ଟେମ୍ବର ୩୦ ସୁଦ୍ଧା ୧୩.୯୫ ଲକ୍ଷ ବାଲଟ୍‍ ୟୁନିଟ ଏବଂ ୯.୩ ଲକ୍ଷ କଣ୍ଟ୍ରୋଲ ୟୁନିଟ ଆସିବ। ନଭେମ୍ବର ସୁଦ୍ଧା ୧୬.୧୫ ଲକ୍ଷ ଭିଭିପ୍ୟାଟ୍‍ ଆସିବ ବୋଲି ରାୱତ୍‍ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ, ୧୦ ରାଜ୍ୟରେ ୧୦,୩୦୦ ଭିଭିପ୍ୟାଟ୍‍ ମଧ୍ୟରୁ ୧୧%ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏଣୁ ସେଗୁଡିକୁ ମେ’ ୨୮ ଉପନିର୍ବାଚନ ସୁଦ୍ଧା ପରିବର୍ତ୍ତନ କରିବାକୁ ପଡିଥିଲା। ଯଦି ଲୋକସଭା ଓ ବିଧନସଭା ନିର୍ବାଚନ ଏକତ୍ର କରାଯାଏ ତା’ହେଲେ ପାଖପାଖି ୨୪ ଲକ୍ଷ ଇଭିଏମ୍‍ ଆବଶ୍ୟକ ହେବ, ଯାହାକି ସଂସଦୀୟ ନିର୍ବାଚନ ପାଇଁ ଆବଶ୍ୟକ ମେସିନ୍‍ର ପ୍ରାୟ ଦୁଇଗୁଣ। ମେ’ ୧୬ରେ ଏହି ପ୍ରସଙ୍ଗ ଉପରେ ଆଇନ କମିସନ ସହିତ ଆଲୋଚନା ବେଳେ ଇସି ଅଧିକାରୀ କହିଥିଲେ ୧୨ ଲକ୍ଷ ଅତିରିକ୍ତ ଇଭିଏମ୍‍ କିଣିବା ନିମନ୍ତେ ୪,୫୦୦ କୋଟି ଟଙ୍କା ଆବଶ୍ୟକ। ଏଥିପାଇ ସମପରିମାଣର ଭିଭିପ୍ୟାଟ୍‍ର ମଧ୍ୟ ଆବଶ୍ୟକତା ରହିଛି।
ଉଲ୍ଲେଖ ଯେ, ୨୦୧୯ ଲୋକସଭା ନିର୍ବାଚନ ସହିତ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ନିମନ୍ତେ କେନ୍ଦ୍ର ସରକାର ଯୋଜନା କରୁଥିବା ସୋମବାର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏକକାଳୀନ ନିର୍ବାଚନ ଉପରେ ଜୋର ଦେଇଆସୁଛନ୍ତି। ଏହା ଦ୍ୱାରା ବିଦ୍ୟୁତ୍‍ ଓ ସମୟ ସଞ୍ଚ ହେବା ସହ ଦେଶରେ ସବୁବେଳେ ନିର୍ବାଚନୀ ପରିବେଶ ଲାଗି ରହିବ ନାହିଁ ବୋଲି ସେ କହିଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories