www.samajalive.in
Sunday, December 14, 2025
26.1 C
Bhubaneswar

ଆଫ୍‍ସ୍ପା: ସୁପ୍ରିମକୋର୍ଟରେ ୩୦୦ ଯବାନଙ୍କ ଆବେଦନ

ନୂଆଦିଲ୍ଲୀ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଭାରତୀୟ ସେନାର ୩୦୦ ଯବାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଶସ୍ତ୍ର ସେନାବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫ୍‍ସ୍ପା) ପ୍ରଣିତ ଅଞ୍ଚଳରେ ସାମରିକ ଅଭିଯାନକୁ ନେଇ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‍ଆଇଆର୍‍ ରଦ୍ଦ କରିବା ନିମନ୍ତେ ଏହି ଯବାନ ମାନେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଛନ୍ତି। ଆଇନଜୀବୀ ଐଶ୍ୱର୍ଯ୍ୟା ଭାଟି ଆବେଦନକାରୀଙ୍କ ପକ୍ଷରୁ ଏହି ଆବେଦନଟିକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. ଏମ୍‍. ଖାନ୍‍ୱିଲକରଙ୍କ ପୀଠ ନିକଟରେ ଉପସ୍ଥାପନ କରିଛନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଶାନ୍ତ ଅଞ୍ଚଳରେ କର୍ତ୍ତବ୍ୟରତ ଯବାନଙ୍କ ବିରୋଧରେ ଏଭଳି ମାମଲା ରୁଜୁ ତଥା ସ୍ଥାନୀୟ ପୁଲିସ ଓ ସିବିଆଇ ଦ୍ୱାରା ତାହାର ତଦନ୍ତ କରାଯିବା ସଶସ୍ତ୍ର ବାହିନୀ ଯବାନଙ୍କ ପ୍ରତି ଖୁବ୍‍ ହାନିକାରକ ଏବଂ ଅଫ୍‍ସ୍ପାର ଉଲ୍ଲଙ୍ଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କର୍ତ୍ତବ୍ୟ ନିର୍ବାହ ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଯବାନମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ନାହିଁ ବୋଲି ଅଫ୍‍ସ୍ପାରେ ବ୍ୟବସ୍ଥା ରହିଛି। ଏହା ସତ୍ତ୍ବେ ଯବାନମାନଙ୍କ ବିରୋଧରେ ଯେଭଳି ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦ୍ୱାରା ସାମରିକ ତଥା ଅର୍ଦ୍ଧ-ସାମରିକ ବାହିନୀର ନୈତିକ ମୂଲ୍ୟବୋଧ କ୍ଷୁଣ୍ଣ ହେଉଛି ବୋଲି ଉକ୍ତ ଆବେଦନରେ ଦର୍ଶାଯାଇଛି।
ଆବେଦନ ଉପରେ ଅଗଷ୍ଟ ୨୦ରେ ଶୁଣାଣି ହେବ ବୋଲି ପୀଠ କହିଛନ୍ତି। ଉଲ୍ଲେଖ ଯେ, ଆଫ୍‍ସ୍ପା ଲାଗୁ ହୋଇଥିବା ମଣିପୁର ଭଳି କେତେକ ଅଞ୍ଚଳରେ ମୁତୟନ ଶତାଧିକ ଯବାନଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତଥା ମିଥ୍ୟା ଏନ୍‍କାଉଣ୍ଟର ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ବିଶେଷକରି ମଣିପୁରରେ ମୁତୟନ ଯବାନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆଇନଗତ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି। ନିୟମ ଅନୁସାରେ କେବଳ ପ୍ରତିରକ୍ଷା ମନ୍ତ୍ରଣାଳୟର ଆନୁମତି କ୍ରମେ ଯବାନଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତଥା ମିଥ୍ୟା ଏନ୍‍କାଉଣ୍ଟର ମାମଲା ଚଳାଯାଇପାରିବ; କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ଏଯାବତ୍‍ ଏଭଳି ଅନୁମତି ପ୍ରଦାନ କରାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା କାଶ୍ମୀର ଏବଂ କେତେକ ଉତ୍ତର-ପୂର୍ବ ଅଞ୍ଚଳରେ ଏହି ଆଇନ ବଳବତ୍ତର ରହିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories