www.samajalive.in
Monday, December 15, 2025
14.1 C
Bhubaneswar

ଗୋପାଳପୁର ଏନ୍ଏସି ପକ୍ଷରୁ ବେଳାଭୂମିରେ‌ ସିସିଟିଭି କ୍ୟାମେରା ବ୍ୟବସ୍ଥା

ଗୋପାଳପୁର : ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ବେଳାଭୂମି ବୁଲି ଆସିଥାନ୍ତି।ତାହାକୁ ନଜରରେ ରଖି ସ୍ଥାନୀୟ ଏନ୍ଏସି ପକ୍ଷରୁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି । ଶିଶୁ ଉଦ୍ୟାନ ନିକଟରେ ଫୁଡ୍ କୋର୍ଟ, ଆହାର କେନ୍ଦ୍ର ନିକଟରେ ଭେଣ୍ଡିଙ୍ଗ ଜୋନ, ଆହାର କେନ୍ଦ୍ରର  ରୋଷେଇ ଘରକୁ ମହିଳା ସଂଘକୁ ହସ୍ତାନ୍ତର କରାଯିବ,ପାର୍କ ନିକଟରେ ଥିବା ମିଶନ ଶକ୍ତି କାଫେକୁ ଟେଣ୍ଡର ମାଧ୍ୟମରେ ମହିଳା ସଂଘକୁ ହସ୍ତାନ୍ତର କରାଯିବ, ବେଳାଭୂମି ସମ୍ମୁଖରେ ଥିବା ଏ-ୱାନ ଶୌଚାଳୟ ଉପର ମହଲାରେ କାଫେ ଓ ରେଷ୍ଟୁରାଣ୍ଟ ଖୋଲା ଯିବା ପାଇଁ ଯୋଜନା ରହିଛି। ବେଳାଭୂମିରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ବିଡ଼ିଏ ପକ୍ଷରୁ କରାଯାଇଥିବା ଲକ୍ଷାଧିକ ଖର୍ଚ୍ଚ କରାଯାଇ ଲାଗିଥିବା ପାର୍କିଂ ଲାଇଟ୍ ଭାଙ୍ଗି ଯାଇଥିବା ଓ ଜଳୁ ନ ଥିବା ଯୋଗୁଁ ଏହାର  ମରାମତି କରିବା, ବାତ୍ୟା ଓ ବର୍ଷା ସମୟରେ ରାସ୍ତାରେ ଜମୁଥିବ ପାଣିକୁ ନିଷ୍କାସନ କରିବାର ବ୍ୟବସ୍ଥା, ରାସ୍ତା ଓ ଡ୍ରେନ ପରିଷ୍କାର ସହ ମରାମତି, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସିସି କ୍ୟାମେରା ଖଞ୍ଜାଜିବା ପାଇଁ ନିଷ୍ପତ୍ତି ହୋଇଥିବା  କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଦୀର୍ଘ ବର୍ଷ ଧରି ବସଷ୍ଟାଣ୍ଡ ଠାରେ ରହିଥିବା ବିପଦ ସଂକୁଳ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ଉଛେଦ କରାଯାଇଥିବା ବେଳେ ସେଠାରେ ଦୋକାନ କରିଥିବା ବ୍ୟବସାୟୀ ମାନଙ୍କୁ ଅନ୍ୟତ୍ର ମାର୍କେଟ କମ୍ପ୍ଲେକ୍ସ କରାଯାଇ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories