www.samajalive.in
Sunday, December 14, 2025
26.1 C
Bhubaneswar

ଅଟ୍ଟାଳି ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ

ଆଠଗଡ :  ଆଠଗଡ ଗଡଜାତ ପରମ୍ପରାର ଅନ୍ୟତମ ଗଣପର୍ବ ଶ୍ରୀ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ରଥଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରି ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗିି ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ଜୁନ ୪ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ୍‌‌ ୧୯ରେ ନେତ୍ରୋତ୍ସବ, ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା, ୨୪ରେ ହେରାପଞ୍ଚମୀ, ଜୁନ୍‌‌ ୨୮ରେ ବାହୁଡା ଯାତ୍ରା, ୨୯ରେ ଶ୍ରୀ ଜୀଉଙ୍କ ସୁନାବେଶ, ୩୦ରେ ଅଧରପଣା ନୀତି ଏବଂ ଜୁଲାଇ ୨ତାରିଖରେ ନୀଳାଦ୍ରୀ ବିଜେ ଅନୁଷ୍ଠିତ ହେବ । ରଥଯାତ୍ରା ଦିନ ସକାଳ ୯ ଘଟିକା ସୁଦ୍ଧା ଶ୍ରୀ ଜୀଉମାନଙ୍କର ସମସ୍ତ ନୀତିକାନ୍ତି ଆରମ୍ଭ କରାଯାଇ ୧୧ଟା ସୁଦ୍ଧା ରଥ ପ୍ରତିଷ୍ଠା ଓ ରଥ ଉପରେ ସମସ୍ତ ନୀତିକାନ୍ତି ସଂପନ୍ନ ହେବା ପରେ ଅପରାହ୍ନ ୩.୩୦ରେ ରଥ ଟଣାଯିବ ବୋଲି ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଚଳିତ ବର୍ଷ ମେ ୨୦ତାରିଖରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଜୁନ୍‌‌ ୧୭ତାରିଖ ସୁଦ୍ଧା ଶେଷ ହେବ ଅଟ୍ଟାଳି ଜଗନ୍ନାଥଙ୍କ ରଥ ଉପରେ ସମସ୍ତ ସେବାୟତଙ୍କୁ ମିଶାଇ ମୋଟ ୨୦ଜଣ ଏବଂ ଜଗନ୍ନାଥ ବଲ୍ଲଭ ମଠର ସାନରଥରେ ୧୦ଜଣ ରହିବେ ବୋଲି ନିଷ୍ପତ୍ତିି ନିଆଯାଇଛି। ରଥଯାତ୍ରା ପୂର୍ବରୁ ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା ଏବଂ ରଥଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ ଆଲୋକ ବ୍ୟବସ୍ତା, ଆଶୁୁ ଚିକିତ୍ସା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ବୈଠକରେ ତହସିଲଦାର ପ୍ରିୟବ୍ରତ ଦାସ, ଥାନା ଆଇଆଇସି ବାମଦେବ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ବିବରଣୀ ଉପସ୍ଥାପନ କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories