ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଫଳତା
ଭୁବନେଶ୍ବର:ସିବିଏସଇ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ବେଶ ସଫଳତା ମିଳିଛି। ଚଳିତ ବର୍ଷ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୨୫୨ ଜଣ ଛାତ୍ରଛାତ୍ରୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଦଶମ ପରୀକ୍ଷା ଦେଇଥିଲେ। ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତର ଅଧିକ ନମ୍ବର ରଖିଥିବା ବେଳେ ୯୧% ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ଅମ୍ରିତ କୁମାର ଘୋଷାଲ ସର୍ବମୋଟ ୫୦୦ ରୁ ସର୍ବାଧିକ ୪୯୯ (୯୯.୮%) ନମ୍ବର ରଖି ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି। ସେହିପରି ଆଶୁତୋଷ କର (୪୯୭/୫୦୦) ୯୯.୪ ଏବଂ ସନ୍ଦିପ ଦାସ (୪୯୬/୫୦୦) ୯୯.୨ ନମ୍ବର ରଖିଛନ୍ତି।
ଚଳିତ ବର୍ଷ ଏହି ବିଦ୍ୟାଳୟରୁ ୧୪୭ ଜଣ ଛାତ୍ରଛାତ୍ରୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ରାଜେଶ କୁମାର ଜେନା ସର୍ବାଧିକ ୯୭.୮ % ନମ୍ବର ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ବିଜ୍ଞାନରେ ୦୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ଏବଂ ୩୦ ଜଣ ଛାତ୍ରଛାତ୍ରୀ ୯୦% ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ରାଜେଶ କୁମାର ଜେନା ୯୭.୮, ଆଦିତ୍ୟ ଅଗ୍ରୱାଲ୍ ୯୬.୦ ଏବଂ ମାନ୍ୟତା ପାତ୍ର ୯୫.୮ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୦୬ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବି. ରକ୍ସିତା ପଟ୍ଟନାୟକ ସର୍ବାଧିକ ୯୫% ନମ୍ବର ରଖିଛନ୍ତି। ଆଶୁତୋଷ ପଟ୍ଟନାୟକ ୯୪.୮ ଏବଂ ଆୟୁଷ ଆଶୀର୍ବାଦ ନାୟକ ୯୪.୨ ନମ୍ବର ରଖିଥିବାବେଳେ ସର୍ବମୋଟ ୩୬ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି।
ଏହି ଐତିହାସିକ ସଫଳତା ପାଇଁ ବିଦ୍ୟାଳୟର ଚେୟାରମ୍ୟାନ୍ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର-ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.