www.samajalive.in
Sunday, December 14, 2025
19.1 C
Bhubaneswar

୧୧୮ ଦିନ ପରେ ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବ୍‌ସାଇଟ୍‌ (cbseresults.nic.in, cbse.nic.in ଏବଂ results.nic.in)ରେ ନିଜର ଫଳାଫଳ ଦେଖିପାରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ବିଟ୍‌ କରି ପରୀକ୍ଷା ଫଳ ଘୋଷଣା କରିଥିଲେ। ଏହି ଅବସରରେ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଚଳିତବର୍ଷ ପାସ୍‌ ହାର ବୃଦ୍ଧି ପାଇଛି। ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୯୧.୪୬% ରହିଛି। ଗତବର୍ଷ ଏହା ୯୧.୧୦ % ରହିଥିଲା। ଚଳିତଥର ପାସ୍‌ ହାର ୦.୩୬% ବୃଦ୍ଧି ପାଇଛି। ତେବେ ଥିରୁଭାନନ୍ତପୂରମ ରିଜିଅନରେ ପାସ୍‌ ହାର ସର୍ବାଧିକ ୯୯.୨୮% ରହିଥିବାବେଳେ ଭୁବନେଶ୍ଵର ରିଜିଅନରେ ୯୩.୨୦% ରହିଛି। ଗୁଆହାଟୀ ରିଜିଅନରେ ପାସ୍‌ ହାର  ସର୍ବନିମ୍ନ ୭୯.୧୨% ରହିଛି।

- Advertisement -

ସେହିପରି ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ଏବର୍ଷ ଛାତ୍ରଙ୍କ ପାସ୍‌ ହାର ୯୦.୧୪ % ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୯୩.୩୧ % ରହିଛି।

ଅନ୍ୟପଟେ ଏଥର କେନ୍ଦ୍ରୀୟ ବିଦ୍ୟାଳୟରେ ପାସ୍‌ ହାର ସର୍ବାଧିକ ୯୯.୨୩% ଥିବାବେଳେ ନବୋଦୟ ବିଦ୍ୟାଳୟରେ ୯୮.୬୬% ଏବଂ ଘରୋଇ ବିଦ୍ୟାଳୟରେ ପାସ୍‌ ହାର ୯୨.୮୧% ରହିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories