www.samajalive.in
Wednesday, December 10, 2025
16.1 C
Bhubaneswar

ଆସ୍ଥାନାଙ୍କ ବିରୋଧରେ ଆଗତ ମାମଲାକୁ ଯାଞ୍ଚ ପାଇଁ ବର୍ମା ଓ ଶର୍ମାଙ୍କୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାକୁ ଯାଞ୍ଚ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ଯୁଗ୍ମ ନିର୍ଦେଶକ ଏକେ ଶର୍ମାଙ୍କୁ ଅନୁମତି ଦେଇଛନ୍ତି। ଆସ୍ଥାନାଙ୍କ ଦୁର୍ନୀତି ମାମଲା ଏବେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) ଦ୍ୱାରା ତଦନ୍ତ କରାଯାଉଥିବାବେଳେ ଏହାକୁ ବର୍ମା ଓ ଶର୍ମା ଅନୁଧ୍ୟାନ କରିବେ। ହାଇକୋର୍ଟ ବିଚାରପତି ନଜିମ୍‍ ୱାଜିରିଙ୍କ ନିର୍ଦେଶ ଅନୁଯାୟୀ ଆସ୍ଥାନାଙ୍କ ମାମଲାର ସ୍ଥିତାବସ୍ଥା ଡିସେମ୍ବର ୭ପର୍ଯ୍ୟନ୍ତ ବଜାୟ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଅସ୍ଥାନାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାକୁ ଯାଞ୍ଚ ଲାଗି ସିଭିସିଙ୍କ ନିକଟକୁ ପଠାଯାଇଛି। ସିଭିସି ଆସ୍ଥାନାଙ୍କ ବିରୋଧୀ ଦୁର୍ନୀତି ମାମଲା ଉପରେ ତଦନ୍ତ କରୁଛି। ଆସ୍ଥାନାଙ୍କ ଏହି ମାମଲାର ରେକର୍ଡପତ୍ରକୁ ଯାଞ୍ଚ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ନିର୍ଦେଶକ ବର୍ମା ଓ ଯୁଗ୍ମ ନିର୍ଦେଶକ ଶର୍ମାଙ୍କୁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ନଭେମ୍ବର ୨୯ (ଗୁରୁବାର) ଅପରାହ୍ଣ ୪ଟା ୩୦ରେ ନିର୍ଦେଶକ ବର୍ମା ସିଭିସିଙ୍କ କାର୍ଯ୍ୟାଳୟକୁ ଯାଇ ଆସ୍ଥାନାଙ୍କ ମାମଲାର ରେକର୍ଡ ପତ୍ର ଯାଞ୍ଚ କରିବେ। ରେକର୍ଡ ଯାଞ୍ଚ ସମୟରେ ସିବିଆଇ ଏସପି ସତୀଶ ଡଗର ଉପସ୍ଥିତ ରହିବେ। ସେହିପରି ନଭେମ୍ବର ୩୦ ଶୁକ୍ରବାର ଯୁଗ୍ମ ନିର୍ଦେଶକ ଶର୍ମା ସିଭିସି କାର୍ଯ୍ୟାଳୟ ଯାଇ ଆସ୍ଥାନାଙ୍କ ମାମଲାର ରେକର୍ଡ ଯାଞ୍ଚ କରିବେ।
ରାକେଶ ଆସ୍ଥାନା, ସିବିଆଇ ଡିଏସପି ଦେବେନ୍ଦ୍ର କୁମାର ଓ ମଧ୍ୟସ୍ଥ ମନୋଜ ପ୍ରସାଦ ସେମାନଙ୍କ ବିରୋଧରେ ଦାୟର ଏଫଆଇଆରକୁ ରଦ୍ଦ ଲାଗି କରିଥିବା ଆବେଦନ ଉପରେ ଶୁଣାଣି କରିବା ସମୟରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆବେଦନକାରୀମାନେ ଅଲଗା ଅଲଗା ଭାବେ ଏହି ପିଟିସନ ଦାୟର କରିଥିଲେ। ଏଫଆଇଆର ରଦ୍ଦ ଲାଗି ଆସ୍ଥାନା ଓ କୁମାରଙ୍କ ପିଟିସନ ଉପରେ ଜବାବ ରଖିବା ଲାଗି ଅଦାଲତ ଆଲୋକ ବର୍ମାଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି। ଏହା ପୂର୍ବରୁ ଆସ୍ଥାନାଙ୍କ ମାମଲାର ରେକର୍ଡ ପତ୍ର ଯାଞ୍ଚ ଲାଗି ଆଲୋକ ବର୍ମା ଓ ଏକେ ଶର୍ମାଙ୍କ ଓକିଲ ମୌଖିକ ଭାବେ ଆବେଦନ କରିଥିଲେ। ଆସ୍ଥାନା ତାଙ୍କ ପିଟିସନରେ ମଧ୍ୟ ଉଦ୍ଦେଶ୍ୟ ରଖିଥିବା ନେଇ ଉଭୟଙ୍କ ଓକିଲ ଦର୍ଶାଇଥିଲେ। ଶୁଣାଣି ସମୟରେ ସିବିଆଇ ଓକିଲ ରାଜଦୀପା ବେହୁରା କହିଥିଲେ ଯେ ମାମଲାର ରେକର୍ଡ ପତ୍ର ସିବିଆଇ ଅଧୀନରେ ନାହିଁ। ମାମଲାର ସମସ୍ତ ରେକର୍ଡ ପତ୍ର ଏବେ ସିଭିସିଙ୍କ ଅଧୀନରେ ରହିଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories