www.samajalive.in
Wednesday, December 10, 2025
23.1 C
Bhubaneswar

ବଦଳି ଆଶଙ୍କା କରୁଛନ୍ତି ଜାମ୍ମୁ-କାଶ୍ମୀର ରାଜ୍ୟପାଳ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ସମ୍ପର୍କରେ ସତ ଓଗାଳି ଅଡ଼ୁଆରେ ପଡ଼ିଥିବା ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ ଅନ୍ୟ ରାଜ୍ୟକୁ ବଦଳି ହେବାର ଆଶଙ୍କା ସୃଷ୍ଟିହୋଇଛି। ସେ ନିଜେ ହିଁ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସହିତ ଆଲୋଚନା ସମୟରେ ମଲିକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ମନ୍ତବ୍ୟ ଦେବା ପାଇଁ ତାଙ୍କର ରାଜ୍ୟପାଳ ପଦ ହରାଇବାର ଆଶଙ୍କା ନାହିଁ; ତେବେ ବଦଳି ହେବାର ସମ୍ଭାବନା ରହିଛି। ‘ମୁଁ ପଦ ହରାଇବି ନାହିଁ; କିନ୍ତୁ ବଦଳି ହୋଇପାରେ। ଯେ ପର୍ଯ୍ୟନ୍ତ ସରକାର ମୋତେ ଏଠାରେ ରଖିଛନ୍ତି ରହିବି। ମୋର କେତେବେଳେ ବଦଳି ହେବ ତାହା ମଧ୍ୟ ମୁଁ ଜାଣି ନାହିଁ। ଏହା ମୋ ହାତରେ ନାହିଁ। ଏଠାରେ ଥିବାଯାଏ ମୁଁ ଲୋକଙ୍କ ପାଇଁ ଯାହା କର୍ତ୍ତବ୍ୟ କରିବି’ ବୋଲି ମଲିକ କହିଛନ୍ତି। ପୁନଶ୍ଚ ‘କେନ୍ଦ୍ର ସରକାର ସାଜଦ ଲୋନ୍‍ଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଚାହୁଁଥିଲେ ବୋଲି ମୋର ଯେଉଁ ମନ୍ତବ୍ୟ ପ୍ରକାଶ ପାଇଛି ତାହା ଠିକ୍‍ ନୁହେଁ। ଏହା ଅପ୍ରାସଙ୍ଗିକ ଓ ଅତିରଞ୍ଜିତ ହୋଇ ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ଘଟଣାରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନ ଥିଲା କିମ୍ବା କେନ୍ଦ୍ର ଆଦୌ ହସ୍ତକ୍ଷେପ କରି ନଥିଲା’ ବୋଲି ମଲିକ କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories