www.samajalive.in
Wednesday, December 10, 2025
23.1 C
Bhubaneswar

ସାମ୍ନାକୁ ଆସିଲା ପାକିସ୍ତାନର ଦୋମୁହାଁ ଚିତ୍ର: ଖଲିସ୍ଥାନ ନେତା ଓ ପାକ୍‍ ସେନାଧ୍ୟକ୍ଷ କୋଳାକୋଳି

କରତାରପୁର : ଗୋଟିଏ କାର୍ଯ୍ୟକ୍ରମରେ ଶାନ୍ତି ପାଇଁ ଆହ୍ୱାନ ଓ ଆତଙ୍କବାଦୀଙ୍କ ଆଲୋଚନା ଭଳି ଦୋମୁହାଁ କାରବାରର ନଗ୍ନ ଚିତ୍ର ବୁଧବାର ଦେଖିବାକୁ ମିଳିଛି କରତାରପୁରଠାରେ। କରତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ସହିତ ଶାନ୍ତି ସ୍ଥାପନ କଥା କହୁଥିଲାବେଳେ ସେନାଧ୍ୟକ୍ଷ କାମାର ବାଜୱା ଖାଲିସ୍ଥାନ ନେତା ଗୋପାଳ ସିଂହ ଚାୱଲାଙ୍କୁ କୋଳାଗ୍ରତ ପୂର୍ବକ ଖୁସିଗପ କରିବା ପାକିସ୍ତାନର ଦୋମୁହାଁ କାରବାରକୁ ପୁନର୍ବାର ସ୍ପଷ୍ଟ କରିଛି। ଗୋପାଳ ଚାୱଲାର କୁଖ୍ୟାତ ଲସ୍କର-ଇ-ତଏବା ଆତଙ୍କବାଦୀ ହାଫିଜ ସୟିଦ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ସହିତ ଉତ୍ତମ ସମ୍ପର୍କ ରହିଛି। ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଗୋପାଳ ଓ ବାଜୱାଙ୍କ ଖୁସି ଗପର ଫଟୋ ସମ୍ପ୍ରତି ଆଲୋଚନାର ବିଷୟ ହୋଇଛି। ଅମୃତସରଠାରେ ନିରଙ୍କରୀ ଭକ୍ତ ସମ୍ମିଳନୀ ଉପରେ ଗ୍ରେନେଡ଼ ମାଡ଼ ଘଟଣାରେ ଖଲିସ୍ଥାନୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲାବେଳେ ପାକ୍‍ ସେନାଧ୍ୟକ୍ଷ ଏହି ସଂଗଠନର ନେତାଙ୍କ ସହିତ ଆଲୋଚନା ଘଟଣା ପାକିସ୍ତାନ ପ୍ରାୟୋଜିତ ଖଲିସ୍ଥାନ ଆତଙ୍କବାଦକୁ ପ୍ରମାଣିତ କରିଛି। ଚାଓଲା ଓ ହାଫିଜ ସୟିଦ ମଧ୍ୟରେ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍‍-ଦୱାର ନାନକାନା ସାହିବସ୍ଥିତ କାର୍ଯ୍ୟାଳୟ ନିକଟରେ ସାକ୍ଷାତ ଆଲୋଚନା ହୋଇଥିବା ଭାରତୀୟ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଚାଓଲା ସମ୍ପ୍ରତି ପାକିସ୍ତାନ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ପଦରେ ରହି ଶିଖମାନଙ୍କୁ ଆତଙ୍କବାଦ ପ୍ରତି ପ୍ରୋତ୍ସାହିତ କରୁଛି। ଏହି ପରିପ୍ରେକ୍ଷୀରେ ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ପାକିସ୍ତାନ ସବୁବେଳେ ଶାକ୍ତି କଥା କହୁଛି; କିନ୍ତୁ ବାସ୍ତବରେ କ’ଣ କରୁଛି ତାହା ସମସ୍ତେ ଦେଖୁଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories