www.samajalive.in
Monday, December 15, 2025
17.1 C
Bhubaneswar

୧୧ ରାଜ୍ୟର ୭୬ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ସଂଗଠିତ ସାଇବର ଅପରାଧକୁ ଦମନ କରିବା ଲାଗି ସିବିଆଇ ପକ୍ଷରୁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି। ଗୁରୁବାର ସିବିଆଇ ପକ୍ଷରୁ ହୋଇଥିବା ଅଭିଯାନର ନାମ ରଖାଯାଇଛି ‘ଚକ୍ର-୨’। ଚକ୍ର-୨ ଅଭିଯାନରେ ୧୧ଟି ରାଜ୍ୟର ୭୬ଟି ସ୍ଥାନରେ ଚଢଉ କରାଯାଇଛି। ଅଭିଯାନରେ ବିଭିନ୍ନ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସିର ଅଧିକାରୀ ଏବଂ ଘରୋଇ କମ୍ପାନୀର ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, କେରଳ, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରେ ଏହି ଚଢଉ କରାଯାଇଛି। ଚଢଉ ସମୟରେ ସିବିଆଇ ପକ୍ଷରୁ ୩୨ଟି ମୋବାଇଲ ଫୋନ, ୪୮ଟି ଲାପଟପ/ହାର୍ଡଡିସ୍କ, ୩୩ଟି ସିମ୍ କାର୍ଡ ଓ ପେନ ଡ୍ରାଇବ ଜବତ କରାଯାଇଛି। ଏହା ସହିତ ବହୁ ସଂଖ୍ୟକ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ମାଇକ୍ରୋସଫ୍ଟ, ଆମାଜନ ପକ୍ଷରୁ ଦୁଇଟି ଠକେଇ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ଅନଲାଇନ ଟେକ୍ନୋଲୋଜି ଟ୍ରେଡିଂ ପ୍ଲାଟଫର୍ମ ଖୋଲି ସାଇବର ଅପରାଧୀମାନେ ଭାରତୀୟମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ଏପରି କି ଭାରତୀୟ ନାଗରିକଙ୍କ ଠାରୁ ୧୦୦କୋଟି ଟଙ୍କା ଲୁଟ ହୋଇଛି। ଆଜିର ଚଢଉରେ ସିବିଆଇ ସହିତ ଆମେରିକାର ଏଫବିଆଇ, ଇଣ୍ଟରପୋଲର ସାଇବର କ୍ରାଇମ ଡାଇକ୍ଟୋରେଟ୍‌, ଆଇଏଫସିଏସିସି, ବ୍ରିଟେନର ନ୍ୟାସନାଲ କ୍ରାଇମ୍ ଏଜେନ୍ସି (ଏନସିଏ), ସିଙ୍ଗାପୁର ପୁଲିସ, ଜର୍ମାନୀର ବିକେଏର ଅଧିକାରୀମାନେ ସାମିଲ ହୋଇଥିଲେ।
୧୧ ରା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories