www.samajalive.in
Saturday, December 13, 2025
23.1 C
Bhubaneswar

୨୦ ଲକ୍ଷ ଟିକସଦାତାଙ୍କୁ ୬୨,୩୬୧ କୋଟିର ଆୟକର ଫେରସ୍ତ

ନୂଆଦିଲ୍ଲୀ : କୋଭିଡ଼-୧୯ ଭଳି ମହାମାରୀ ସମୟରେ ବି ଆୟକର ବିଭାଗ ୨୦ ଲକ୍ଷ ଟିକସଦାତାଙ୍କୁ ୬୨,୩୬୧ କୋଟି ଟଙ୍କାର ଆୟକର ଫେରସ୍ତ କରିଛି। ଏଭଳି ଅର୍ଥ ଫେରସ୍ତ ବର୍ତ୍ତମାନ ସମୟରେ ଟିକସଦାତାଙ୍କ ପାଇଁ ବେଶ ସହାୟକ ହୋଇଛି। ଏହି ସମୟରେ ଆୟକର ବିଭାଗ ପକ୍ଷରୁ ଏପ୍ରିଲ ୮ରୁ ଜୁନ ୩୦ ମଧ୍ୟରେ ପ୍ରତି ମିନିଟରେ ୭୬ଟି ଲେଖାଏଁ ଟିକସ ଫେରସ୍ତ କାର୍ଯ୍ୟ ସମ୍ପାଦିତ କରାଯାଇଛି। ଏହି ଅବଧି ମାତ୍ର ୫୬ ଦିନର। ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡ଼ିଟି) ପକ୍ଷରୁ ୨୦.୪୪ ଲକ୍ଷ ଆୟକର ମାମଲାର ସମାଧାନ କରାଯାଇ ଟିକସଦାତାଙ୍କୁ ମୋଟ ୬୨,୩୬୧ କୋଟି ଟଙ୍କା ଫେରସ୍ତ କରାଯାଇଛି । ଏବେ ସୁଦ୍ଧା ୧୯,୦୭,୮୩୨ଟି ମାମଲାର ବିଚାର କରାଯାଇ ମୋଟ ୨୩,୪୩୫.୫୭ କୋଟି ଟଙ୍କାର ଆୟକର ଫେରସ୍ତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି କମ୍ପାନୀ ଟିକସ କ୍ଷେତ୍ରରେ ୧,୩୬,୭୪୪ଟି ମାମଲାର ସମାଧାନ କରାଯାଇ ୩୮,୯୦୮.୩୭ କୋଟି ଟଙ୍କା ଫେରସ୍ତ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଇଲେକ୍ଟ୍ରୋନିକାଲ ପ୍ରଯୁକ୍ତି ବ୍ୟବସ୍ଥା ଯୋଗୁ ଏହା ସମ୍ଭବପର ହୋଇପାରିଛି ଯଦ୍ଦ୍ବାରା ଆୟକରଦାତା ଏବଂ କର୍ପୋରେଟ୍‌ ଟିକସଦାତାମାନଙ୍କ ବ୍ୟାଙ୍କ ଜମା ଖାତାରେ ଫେରସ୍ତ ଅର୍ଥ ସିଧାସଳଖ ପୈଠ ହୋଇପାରୁଛି । ଏଥିପାଇଁ କୌଣସି ଜଣେ ଟିକସଦାତାଙ୍କୁ ବିଭାଗକୁ ଅର୍ଥ ଫେରସ୍ତ ସକାଶେ ଅନୁରୋଧ କରିବାକୁ ପଡ଼ୁନାହିଁ । ସିଧାସଳଖ ତାହା ସେମାନଙ୍କ ଜମାଖାତାରେ ପହଞ୍ଚିପାରୁଛି।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories